ବାଲିମୁଣ୍ଡାରେ ଅବତରଣ କଲା ବିମାନ

ବାସୁଦେବପୁର : ଭଦ୍ରକ ଜିଲ୍ଲାରେ ବିମାନସେବା ସ୍ୱପ୍ନ ଏବେ ସାକାର ହେବାକୁ ଯାଉଛି । ଆଜି ବାଲିମୁଣ୍ଡା ଠାରେ ଥିବା ଏଆର ଷ୍ଟ୍ରିପରେ ପ୍ରଥମ ବିମାନ ଅବତରଣ କରିଛି । ପରୀକ୍ଷାମୁଳକ ଭାବରେ ଏହି ଅବତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବଶୀଘ୍ର ଧାମରା ବିମାନବନ୍ଦର କାର୍ଯ୍ୟକ୍ଷମ ହେବ ବୋଲି ଆଦାନୀ ଧାମରା ବନ୍ଦର ଜନସଂପର୍କ ଅଧିକାରୀ ସୁଭାଷିଷ ମିତ୍ର ସୂଚନା ଦେଇଛନ୍ତି । ଏହି ସମୟରେ ଚାଟାର୍ଡ ବିମାନରେ କମାଣ୍ଡରଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ଖବରପାଇ ସ୍ଥାନୀୟ ଅଞ୍ଚଳବାସୀ ବିମାନ ଦେଖିବା ପାଇଁ ଭିଡ ଜମାଇଥିଲେ ।
Comments are closed.