କୁହୁଡି ପାଇଁ ଫସିଲେ ବିମାନଯାତ୍ରୀ
ଭୁବନେଶ୍ବର : ଘନ କୁହୁଡି ଯୋଗୁଁ ଏୟାର ଏସିଆର ଏଫଡି ୧୧୨ବିମାନଟି ଭୁବନେଶ୍ବରରେ ଅବତରଣ କରି ନ ପାରି କୋଲକାତାକୁ ଫେରିଯାଇଛି। ମଙ୍ଗଳବାର ରାତିରେ ବିମାନଟି କୋଲକାତାରୁ ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଆସୁଥିଲା। ତେବେ ଭୁବନେଶ୍ବର ଆକାଶରେ ଘନ କୁହୁଡିର ଆସ୍ତରଣ ଯୋଗୁଁ ବିମାନଟି କୋଲକାତା ବିମାନ ବନ୍ଦରରେ ଅବତରଣ କରିଥିଲା। କିନ୍ତୁ କୋଲକାତାରେ ପହଞ୍ଚିବା ପରେ ବିନା କୌଣସି ସୂଚନାରେ ବିମାନ ମଧ୍ୟରେ ଯାତ୍ରୀମାନଙ୍କୁ ଅଧିକ ସମୟ ଧରି ଅଟକି ରହିବାକୁ ପଡିଥିଲା। ଏହାକୁ ନେଇ ଯାତ୍ରୀମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।