www.samajalive.in
Saturday, December 6, 2025
14.1 C
Bhubaneswar

ଯାଜପୁର ଗସ୍ତରେ ଯିବେ ଫାଇଭ୍-ଟି ଅଧ୍ୟକ୍ଷ, ବିଭିନ୍ନ କାର୍ଯ୍ୟକ୍ରମରେ ହେବେ ସାମିଲ୍‌

ଯାଜପୁର: ମଙ୍ଗଳବାର ଯାଜପୁର ଜିଲ୍ଲା ଗସ୍ତ କରିବେ ଫାଇଭ୍-ଟି ଅଧ୍ୟକ୍ଷ। ତେବେ ପ୍ରଥମ ପର୍ଯ୍ୟାୟରେ ଏନସି କଲେଜ ପଡିଆରେ ଆୟୋଜିତ ନୂଆ-ଓ  ମହୋତ୍ସବରେ ଯୋଗଦେବେ । ଯାଜପୁର ସହରର ଏନସି କଲେଜ ପଡିଆଠାରେ ଜିଲ୍ଲାର ବିଭିନ୍ନ କଲେଜରୁ ପ୍ରାୟ ୧୫ ହଜାରରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେବେ। ପାଖାପାଖି ୪୦ ମିନିଟ୍ ଧରି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟର ବହୁ ପ୍ରମୂଖ ସାଂସ୍କୃତିକ ଅନୁଷ୍ଠାନକୁ ସାମିଲ କରାଯାଇଛି। ଅନ୍ୟପଟେ କୁସୁମା ପଡିଆରେ ମଧ୍ୟ ଭବ୍ୟ ଆୟୋଜନ କରାଯାଇଛି। କୁସୁମା ପଡିଆରେ ପ୍ରାୟ ୨୦ ହଜାର ଯୁବ କର୍ମୀ ସାମିଲ ହେ​ବେ। ତେବେ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories