ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶର ଟିକାମଗଡ ଜିଲ୍ଲାର ଖରାଗାପୁର ପୁଲିସ ଥାନା ଅନ୍ତର୍ଗତ ୮ ନମ୍ବର ୱାର୍ଡରେ ରହୁଥିବା ମନୋହର ସୋନି ଏବଂ ତାଙ୍କ ପତ୍ନୀଙ୍କ ସମେତ ପରିବାରର ପାଞ୍ଚଜଣ ସଦସ୍ୟଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି। ପରିବାରରେ ଏକା ସାଙ୍ଗରେ ଏଭଳି ମୃତ୍ୟୁ ଦେଖି ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ଖେଳିଯାଇଛି। ଜିଲାପାଳ ସୁଭାଷ ଦ୍ୱିବେଦୀ ଏବଂ ଏସପି ପ୍ରଶାନ୍ତ ଖେର ଘଟଣା ସ୍ଥଳରେ ପହଞ୍ଚିଥିବା ଜଣାପଡ଼ିଛି। ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଥିବା କହିଛି।
ଝୁଲନ୍ତା ଅବସ୍ଥାରେ ଗୋଟିଏ ପରିବାରର ୫ ଜଣଙ୍କ ମୃତଦେହ ଉଦ୍ଧାର
Popular Categories



