www.samajalive.in
Saturday, December 6, 2025
26.1 C
Bhubaneswar

ଫିଟ ରହିବାର ଗୁରୁମନ୍ତ୍ର : ଉପବାସ

ସ୍ୱାସ୍ଥ୍ୟ ହେଉଛି ମନୁଷ୍ୟର ପ୍ରକୃତ ସମ୍ପଦ। ତେଣୁ ସମସ୍ତେ ସର୍ବଦା ସ୍ୱାସ୍ଥ୍ୟ ପାଇଁ ବେଶ ଚିନ୍ତିତ ହେବା ସହ ଏହାର ସମାଧାନ ପାଇଁ ବହୁ ଉପାୟ ଅବଲମ୍ବନ କରିଥାଆନ୍ତି। ବର୍ତ୍ତମାନ ସମୟରେ ସମସ୍ତେ ସ୍ୱାସ୍ଥ୍ୟ ପାଇଁ ଯତ୍ନବାନ ହେବା ସହ ଫିଟ ରହିବା ପାଇଁ ତଥା ଓଜନ ହ୍ରାସ ପାଇଁ ମଧ୍ୟ ବହୁ ଉପାୟ କରିଥାଆନ୍ତି। ବିଭିନ୍ନ ପ୍ରକାରର ବ୍ୟାୟାମ ଓ ଖେଳକୁଦ କରିବା ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବେଶ ଆବଶ୍ୟକ ଅଟେ। ବହୁ ବିଶେଷଜ୍ଞ ତଥା ଖେଳାଲିମାନଙ୍କ ମତ ଅନୁଯାୟୀ, ବ୍ୟାୟାମ ଓ ଖେଳକୁଦ କରିବା ଦ୍ୱାରା ଶରୀରର ବହୁ ଉପକାର ହୋଇଥାଏ। ଏହି ଦୁଇଟି ଉପାୟ ବ୍ୟତୀତ ସ୍ୱାସ୍ଥ୍ୟ ପାଇଁ ଏବେ ଆଶୀର୍ବାଦ ଭଳି କାର୍ଯ୍ୟ କରୁଛି ‘ଉପବାସ’ ରହିବା। ହିନ୍ଦୁ ପରମ୍ପରା ଅନୁଯାୟୀ ବିଭିନ୍ନ ପୂଜାପର୍ବ ସମୟରେ ଉପବାସ ରହିବାର ବିଧି ରହିଛି। ଏହା ଧାର୍ମିକ ଭାବନାକୁ ସମ୍ମାନ ପ୍ରଦାନ କରିବା ସହ ସଂସ୍କୃତିକୁ ବଞ୍ଚାଇ ରଖେ ବୋଲି ବିଶ୍ୱାସ ରହିଛି। ମାତ୍ର ଏହାକୁ ଅନ୍ୟ ଏକ ଦୃଷ୍ଟିକୋଣରୁ ଧ୍ୟାନ ଦେଲେ ଏହା ଏବେ ସଭିଁଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରୁଛି। ବିଶେଷ ଭାବେ କହିବାକୁ ଗଲେ ବର୍ତ୍ତମାନର ଯୁବପିଢିଙ୍କ ପାଇଁ ଉପାସ ଧାର୍ମିକ ମହତ୍ତ୍ୱ  ଅପେକ୍ଷା  ତାଙ୍କୁ ଫିଟ ରଖିବାର ଏକ ଉତ୍ତମ ପଦକ୍ଷେପ ଭାବେ ପ୍ରମାଣିତ ହୋଇଛି। ଶରୀର ମଧ୍ୟରେ ଥିବା ଆଭ୍ୟନ୍ତରୀଣ ଅଙ୍ଗ ସର୍ବଦା କାର୍ଯ୍ୟ କରୁଥାଆନ୍ତି। ଉପବାସ କରିବା ଦ୍ୱାରା ଏହି ଅଙ୍ଗଗୁଡ଼ିକୁ ଆରାମ ମିଳିବା ସହ ଏଗୁଡ଼ିକ ସୂଚାରୁ ରୂପେ କାର୍ଯ୍ୟ କରିଥାଆନ୍ତି। ଉପବାସ ରହିବାର ଅର୍ଥ ଖାଲି ସଂପୂର୍ଣ୍ଣ ଦିନକୁ ସୂଚାଉ ନାହିଁ, ଖାଦ୍ୟ ଖାଇବା ବ୍ୟବଧାନକୁ ମଧ୍ୟ ସୂଚାଉଛି। ଯେପରି ରାତି ୧୦ ଟାରେ ଖାଦ୍ୟ ଖାଇ ପରଦିନ ୧୦ ଟାରେ ଖାଇଲେ, ଏହାର ବ୍ୟବଧାନ ୧୨ ଘଣ୍ଟା ହେଉଛି। ଏପରି ସବୁଦିନ ନକରି ମାସକୁ ୮ ରୁ ୧୦ଥର କରିବା ଦ୍ୱାରା ମଧ୍ୟ ଶରୀର ସୁସ୍ଥ ରହିଥାଏ। ଆମେ ଖାଉଥିବା ବହୁ ଖାଦ୍ୟରୁ ପୋଷକ ତତ୍ତ୍ୱ ଶରୀର ମଧ୍ୟରେ ଓଜନର ମାତ୍ରା, କୋଲେଷ୍ଟ୍ରୋଲ ବଢାଇବା ସହ ମୋଟାପଣର କାରଣ ହୋଇଥାଏ। ଦିନ ମଧ୍ୟରେ ଖାଦ୍ୟ ଖାଇବା ମଧ୍ୟରେ ବ୍ୟବଧାନ ହେଉ ଅଥବା ମାସକୁ ଥରେ ଉପବାସ ରହିବା ହେଉ ଏହା ଶରୀରରେ ପାଚନ ପ୍ରକ୍ରିୟାକୁ ସନ୍ତୁଳିତ କରିଥାଏ। ମୋଟାପଣ କମାଇ ଶରୀରକୁ ଫିଟ ରଖିଥାଏ। ଏହା ସହ ଭୋକ ମଧ୍ୟ ଠିକ ଭାବେ ହୋଇଥାଏ। ଗ୍ୟାସଟିକ, ଏସିଡ଼ିଟି ଭଳି ସମସ୍ୟା ମଧ୍ୟ ଦୂର ହୋଇଥାଏ। ଆବଶ୍ୟକ ମାତ୍ରାରେ ଶରୀରକୁ ଶକ୍ତି ମିଳିଥାଏ। ତେଣୁ ବର୍ତ୍ତମାନର ସମୟ ପାଇଁ ଏହା ଯୁବପିଢୀଙ୍କ ପାଇଁ ଗୁରୁମନ୍ତ୍ର ଭଳି କାର୍ଯ୍ୟ କରୁଛି। ଫିଟ ରହିବାର ଏକ ସହଜ ଉପାୟ ଭାବେ ସମସ୍ତେ ଏହାକୁ ଗୁରୁତ୍ୱ ଦେଉଛନ୍ତି। ସର୍ବଦା ନିଜ ଖାଦ୍ୟପେୟ ଉପରେ ମଧ୍ୟ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ ଅଟେ। ଶରୀର ପାଇଁ ଆବଶ୍ୟକ ପରିମାଣର କ୍ୟାଲୋରୀ ଯୁକ୍ତ ଖାଦ୍ୟ ଖାଇବା ଉଚିତ। ବଜାରର ଖାଦ୍ୟ ଶରୀର ଉପରେ କୁପ୍ରଭାବ ପକାଇଥାଏ। ତେଣୁ ଅଧିକ ତେଲଯୁକ୍ତ, ଫାଷ୍ଟଫୁଡ଼ ଜାତୀୟ ଖାଦ୍ୟ, ଓ ରାତିରେ ଭାତ ଖାଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ଏପରି ଖାଦ୍ୟ ଖାଇବା ଦ୍ୱାରା ମୋଟାପଣର ମଧ୍ୟ ବୃଦ୍ଧି ହୋଇଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି। ଖାଦ୍ୟରେ ନିୟନ୍ତ୍ରଣ, ସମୟର ବ୍ୟବଧାନରେ ଉପବାସ , ନିୟମିତ ବ୍ୟାୟାମ ଆଦି ଶରୀର ପାଇଁ ନିତାନ୍ତ ଆବଶ୍ୟକ। ଏପରି ନ କରିବା ଦ୍ୱାରା ଶରୀର ବିଭିନ୍ନ ପ୍ରକାରର ରୋଗ ମଧୁମେହ, ରକ୍ତଚାପ, ଏସିଡ଼ିଟି, ବଦହଜମି ଭଳି ସମସ୍ୟା ଲାଗି ରହୁଛି। ତେଣୁ ଉତ୍ତମ ସ୍ୱାସ୍ଥ୍ୟ ଓ ଫିଟ ରହିବା ପାଇଁ ଆଲୋଚିତ ନିୟମ ମାନି ରହିବା ଆବଶ୍ୟକ ଅଟେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories