www.samajalive.in
Saturday, December 6, 2025
26.1 C
Bhubaneswar

ଏହିସବୁ ଅଭ୍ୟାସ ଡାକିଆଣେ ଶରୀର ପ୍ରତି ବିପଦ

ସାଧାରଣତଃ ଦୈନନ୍ଦିନ ଜୀବନଚର୍ୟ୍ୟାରେ ଆମର ଏପରି କିଛି ଅଭ୍ୟାସ ରହିଛି ଯାହା ଆମ ସ୍ବାସ୍ଥ୍ୟ ପ୍ରତି ଖୁବ୍ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ। କିନ୍ତୁ ଆମେ ସେ ବିଷୟରେ ଅବଗତ ନଥା’ନ୍ତି ଓ ବାରମ୍ବାର ସେହିସବୁ ଅଭ୍ୟାସ ଦ୍ବାରା ନିଜ ସ୍ବାସ୍ଥ୍ୟ ପ୍ରତି ବିପଦ ଡାକି ଆଣିଥାଆନ୍ତି। ତେବେ ଚାଲନ୍ତୁ ଜାଣିବା ସେହିସବୁ ଅଭ୍ୟାସ ବିଷୟରେ, ଯାହାକୁ ଆମେ ଭଲ ଭାବିଥାଆନ୍ତି ହେଲେ ସ୍ବାସ୍ଥ୍ୟ ଉପରେ ତା’ର ଅନେକ କୁପ୍ରଭାବ ପଡ଼ିଥାଏ –

– ତେବେ ଏହା ଆମେ ସମସ୍ତେ ଜାଣନ୍ତି ପାଣି ପିଇବା ସ୍ବାସ୍ଥ୍ୟ ପ୍ରତି ନିହାତି ଆବଶ୍ୟକ ହୋଇଥାଏ। ପର୍ଯ୍ୟାପ୍ତ ପରିମାଣରେ ପାଣି ପିଇବା ଦ୍ୱାରା ପେଟ ରୋଗ, ବୃକକ ରୋଗ ଆଦି ଭଲ ହୋଇଥାଏ। କିନ୍ତୁ ଏହା ଖୁବ୍ କମ୍ ଲୋକ ଜାଣନ୍ତି ଯେ, ଅତ୍ୟଧିକ ପରିମାଣରେ ପାଣି ପିଇବା ଦ୍ୱାରା ଓ୍ଵାଟର୍‌ ଇନ୍‌ଟୋକ୍ସିକେସନ୍‌ ରୋଗ ହୋଇଥାଏ। ଯାହା ମସ୍ତିଷ୍କ ପାଇଁ ଖୁବ୍ କ୍ଷତିକାରକ ହୋଇଥାଏ।

- Advertisement -

– ହାତରୁ ବ୍ୟାକ୍ଟେରିଆ ବା ଜୀବାଣୁ ସଫା କରିବା ପାଇଁ ଲୋକେ ହ୍ୟାଣ୍ଡ୍ଓ୍ଵାସ୍‌ କିମ୍ବା ସାନିଟାଇଜର୍‌ ବ୍ୟବହାର କରିଥା’ନ୍ତି। ହେଲେ ଏହାଦ୍ବାରା ହାତ ସଫା ହେବା ସହ ଏମିତି କିଛି ବ୍ୟାକ୍ଟେରିଆ ମଧ୍ୟ ସଫା ହୋଇ ଯାଇଥା’ନ୍ତି ଯାହା ସ୍ୱାସ୍ଥ୍ୟ ପାଇଁ ଖୁବ୍‌ ଲାଭଦାୟକ ଓ ସେମାନେ ଆଣ୍ଟିବାୟୋଟିକ୍‌ ରେଜିଷ୍ଟାନ୍ସ ବ୍ୟାକ୍ଟେରିଆକୁ ଦମନ କରିଥାନ୍ତି।

– ସମ୍ପୂର୍ଣ୍ଣ ସିଧା ବସିବା ଶରୀର ପାଇଁ ଭଲ ବୋଲି ଅନେକ ଲୋକେ ଭାବିଥା’ନ୍ତି। କିନ୍ତୁ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। ୧୩୫ ଡିଗ୍ରୀରେ ବସିବା ଶରୀର ପାଇଁ ଭଲ ହୋଇଥାଏ।

– ଖାଇସାରି ତୁରନ୍ତ ଦାନ୍ତ ଘଷିବା ଏକ ଖରାପ ଅଭ୍ୟାସ। କିଛି ଖାଦ୍ୟରେ ଏସିଡ୍‌ ଥିବା ଯୋଗୁଁ ଏହା ଆମ ଦାନ୍ତ ଉପରେ ଥିବା ଏନାମେଲକୁ ନରମ କରି ଦେଇଥାଏ। ସର୍ବଦା ଏହି ନରମ ଏନାମେଲ୍‌ ଥିବା ଦାନ୍ତ ଉପରେ ବ୍ରସ୍‌ କରିବା ଦ୍ୱାରା ଦାନ୍ତ ଖରାପ ହୋଇଥାଏ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories