www.samajalive.in
Saturday, December 6, 2025
14.1 C
Bhubaneswar

ଗାଡି ଚୋରି ଉଦ୍ୟମ ପଣ୍ଡ; ଚୋର ଗିରଫ

ବଡ଼ସାହି: ମୟୁରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ମାଣତ୍ରୀ ବଜାରରୁ ଏକ ଟାଟା ଏସି ଭ୍ୟାନକୁ ଚୋରାଇ ନେଇ ପଳାଉଥିବା ବେଳେ ଅଭିଯୁକ୍ତଙ୍କୁ ପୁଲିସ୍ ଗିରଫ କରିଛି । ଅଭିଯୁକ୍ତ ଜଣଙ୍କ ହେଲେ ବଡ଼ସାହିର ସ୍ବର୍ଗତ ନରେଶ ଗୋଛାୟତଙ୍କ ପୁଅ ସଞ୍ଜୟ(୪୦) । ପୂର୍ବାହ୍ନ ୧୧ଟା ୩୦ ମିନିଟ୍ ସମୟରେ ସେ ବାଲେଶ୍ଵର ଯାଉଥିବା ଯାତ୍ରୀବାହୀ ବସରୁ ଓହ୍ଲାଇ ବଜାରରେ ଛିଡ଼ା ହୋଇଥିବା ଭ୍ୟାନଟିକୁ ବିନା ଚାବିରେ ଷ୍ଟାର୍ଟ କରି ବୈଶିଙ୍ଗା ଅଭିମୁଖେ ଦ୍ରୁତ ଗତିରେ ନେଇ ପଳାଉଥିଲେ । ଭ୍ୟାନ ମାଲିକ ଶ୍ରୀରାମପୁର ଗ୍ରାମର ରଞ୍ଜନ ସାହୁ ୫କିମି ପିଛା କରିବା ପରେ ବେଲାଣପୁରା ନିକଟରେ ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ କାବୁ କରି ପୁଲିସ ଜିମା ଦେଇଛନ୍ତି । ଅଭିଯୁକ୍ତଙ୍କୁ ଅଟକ ରଖି ପୁଲିସ ଅଧିକ ତଦନ୍ତ ଆରମ୍ଭ କରିଛି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories