www.samajalive.in
Monday, December 15, 2025
17.1 C
Bhubaneswar

ପ୍ରତିରକ୍ଷା ବିଭାଗର ଗୋଳା ଫୁଟି ମତ୍ସ୍ୟଜୀବୀ ମୃତ

ବାଲେଶ୍ୱର : ଗଭୀର ସମୁଦ୍ରରେ ପ୍ରତିରକ୍ଷା ବିଭାଗର ଗୋଳା ଫୁଟିବାରୁ ମାଛ ଧରୁଥିବା ଜଣେ ମତ୍ସ୍ୟଜୀବୀଙ୍କର ମୃତ୍ୟୁ ହୋଇଯାଇଛି ଓ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ସିଂଲା ଥାନା ଅନ୍ତର୍ଗତ ସାର୍ଥା ବିନ୍ଦାଘୋଲା ଅଞ୍ଚଳର ଆଶିଷ କୁମାର ମାଝୀଙ୍କ ପୁଅ କମଳାକାନ୍ତ ମାଝୀ(୩୫)। ତାଙ୍କ ଛାତିର ଡାହାଣ ପାର୍ଶ୍ବରେ ଫୁଟା ଗୋଳା ଅଂଶ ବାଜିଥିବାବେଳେ ଅନ୍ୟ ଏକ ଖଣ୍ଡ ବିମ୍ବାଧର ମଲିକଙ୍କ ପୁଅ ପଦ୍ମଲୋଚନ ମଲିକ(୨୮)ଙ୍କ କାନ୍ଧରେ ବାଜିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ମଙ୍ଗଳବାର କଷାଫଳ ମୁହାଣରୁ ୭ ମତ୍ସ୍ୟଜୀବୀ ମାଛ ଧରିବା ପାଇଁ ସମୁଦ୍ରକୁ ଯାଇଥିଲେ। ବୁଧବାର ପୂର୍ବାହ୍ଣ ୧୧ଟା ବେଳେ ଗଭୀର ସମୁଦ୍ରରେ ଜାଲ ବିଛାଉଥିବାବେଳେ ଭୁଟିଭୁଟି ଠାରୁ ପ୍ରାୟ ୨୦ ଫୁଟ ଦୂରରେ ଏକ ଗୋଳା ପଡ଼ି ଫୁଟିଥିଲା। ଫୁଟା ଗୋଳାରୁ ଏକାଧିକ ଖଣ୍ଡ ପିତଳ ତଥା ଲୁହା ଅଂଶ ଛିଟିକି ଖଣ୍ଡେ କମଳାକାନ୍ତଙ୍କ ଛାତିରେ ଓ ଅନ୍ୟ ଏକ ଖଣ୍ଡ ପଦ୍ମଲୋଚନଙ୍କ କାନ୍ଧରେ ବାଜିଥିଲା। ଦୁଇ ଜଣଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା; ମାତ୍ର କମଳାକାନ୍ତଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଚିକିତ୍ସା ପରେ ପଦ୍ମଲୋଚନଙ୍କ ଅବସ୍ଥାରେ ଉନ୍ନତି ଘଟୁଛି। ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଉନ୍ନୟନ ସଂସ୍ଥାନ(ଡିଆରଡିଏ) ଅଧୀନ ପିଏକ୍ସଇ, ଗୋଳାବାରୁଦ ପରୀକ୍ଷା କେନ୍ଦ୍ର କିମ୍ବା ସମନ୍ୱିତ କ୍ଷେପଣାସ୍ତ୍ର ଘାଟି, ଆଇଟିଆରର ଗୋଳା ପରୀକ୍ଷାରେ ଏହି ଦୁର୍ଘଟଣା ଘଟିଛି। ପ୍ରତିରକ୍ଷା ବିଭାଗ ଘୋଷିତ ସମୁଦ୍ରର ନିଷିଦ୍ଧାଞ୍ଚଳରେ ପଶି ଏମାନେ ମାଛ ଧରୁଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories