www.samajalive.in
Sunday, December 14, 2025
23.1 C
Bhubaneswar

ଓଡ଼ିଶାକୁ ୧୭୧ କୋଟି କେନ୍ଦ୍ରୀୟ ଅନୁଦାନ

ନୂଆଦିଲ୍ଲୀ : ୨୦୨୨-୨୩ ବର୍ଷରେ ଓଡ଼ିଶାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପୋଷ୍ଟମାଟ୍ରିକ ଛାତ୍ରବୃତ୍ତି ବାବଦରେ କେନ୍ଦ୍ର ସରକାର ରାଜ୍ୟକୁ ୧୭୧ କୋଟି ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି। ଗତ ମେ ମାସରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପୋଷ୍ଟମାଟ୍ରିକ ଛାତ୍ରବୃତ୍ତି ବାବଦ କେନ୍ଦ୍ରୀୟ ଅନୁଦାନ ଖର୍ଚ୍ଚର ହିସାବ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ମାଗିଥିଲା। ବକେୟା ଅନୁଦାନ ରାଶି ପାଇବା ଲାଗି ଯଥାଶୀଘ୍ର ବିନିଯୋଗ ପତ୍ର (ୟୁସି) ଦାଖଲ କରିବାକୁ ମନ୍ତ୍ରଣାଳୟ ତରଫରୁ ସେତେବେଳ ଓଡ଼ିଶା ସରକାରଙ୍କ ଅନସୂଚିତ ଜାତି ଓ ଅନସୂଚିତ ଜନଜାତି ବିଭାଗର ସ୍ୱତନ୍ତ୍ର ସଚିବଙ୍କୁ ଚିଠି ଲେଖାଯାଇଥିଲା।
୨୦୨୧-୨୨ ବର୍ଷ ଲାଗି ପୋଷ୍ଟମାଟ୍ରିକ ଛାତ୍ରବୃତ୍ତି ବାବଦରେ କେନ୍ଦ୍ର ସରକାର ଶତ ପ୍ରତିଶତ ଅନୁଦାନ ପ୍ରଦାନ କରିଥିଲେ ମଧ୍ୟ ଯଦି ଅତିରିକ୍ତ ଭାବେ କୌଣସି ଛାତ୍ରବୃତ୍ତି ଦରଖାସ୍ତ ପଡ଼ିରହିଛି ସେ ବାବଦରେ ସଠିକ୍‌‌ ତଥ୍ୟ ଉପଲବ୍ଧ କରାଇବାକୁ ମନ୍ତ୍ରଣାଳୟ ତରଫରୁ କୁହାଯାଇଥିଲା। ରାଜ୍ୟ ସରକାରଙ୍କ ତରଫରୁ ଆବଶ୍ୟକ ତଥ୍ୟ ଉପସ୍ଥାପନ କରାଯିବା ପରେ କେନ୍ଦ୍ର ସରକାର ୨୦୨୨-୨୩ ବର୍ଷର ପ୍ରଥମ କିସ୍ତି ଜାରି କରିଛନ୍ତି। ଏହି ବିଷୟରେ କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଇଂ ବିଶ୍ୱେଶ୍ୱର ଟୁଡ଼ୁ କହିଛନ୍ତି ଯେ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟର ତତ୍ପରତା ଯୋଗୁଁ ଓଡ଼ିଶା ସରକାରଙ୍କୁ ପ୍ରଥମ କିସ୍ତି ଛାତ୍ରବୃତ୍ତି ଅନୁଦାନ ମିଳିଛି, ଯଦ୍ୱାରା ରାଜ୍ୟର ଆଦିବାସୀ ଛାତ୍ରଛାତ୍ରୀ ପାଠପଢ଼଼ାରୁ ବଞ୍ଚିତ ହେବେ ନାହିଁ।

Hot this week

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

ପୁଅର ପରୀକ୍ଷା ପାଇଁ ୮୦୦ କିମି କାର୍‌ ଡ୍ରାଇଭ୍‌ କଲେ ବାପା

ଚଣ୍ଡିଗଡ଼ : ଇଣ୍ଡିଗୋ ସଙ୍କଟ ସମୟରେ ଦେଶର ବିଭିନ୍ନ ବିମାନ ବନ୍ଦରରେ...

ଯାତ୍ରୀଙ୍କୁ ୫୦୦ କୋଟିରୁ ଅଧିକ କ୍ଷତିପୂରଣ ଦେବ ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନସେବାରୁ ବଞ୍ଚିତ ହୋଇଥିବା ତଥା ଅଧିକ ମାତ୍ରାରେ ପ୍ରଭାବିତ...

ପରୀକ୍ଷା ବେଳେ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ: ୨ମୃତ

ସମାଜ ଡିଜିଟାଲ ଡେସ୍କ: ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଜଣେ ଯୁବକ ପ୍ରବେଶ...

Related Articles

Popular Categories