www.samajalive.in
Thursday, December 11, 2025
14.1 C
Bhubaneswar

ଦୁଇମୁଣ୍ଡିଆ ସାର୍କ ମାଛ ଠାବ

ମହାରାଷ୍ଟ୍ରର ପାଲଗଡ଼ ଜିଲାର ସତପତି ଗ୍ରାମବାସିନ୍ଦା ହେଉଛି ନିତିନ୍ ପଟେଲ୍। ବୃତ୍ତିରେ ମତ୍ସ୍ୟଜୀବୀ ନିତିନ ସବୁଦିନ ମାଛ ବିକ୍ରି କରି ପେଟ ପୋଷନ୍ତି। ଏଇ କିଛିଦିନ ତଳର ଘଟଣା। ସେ ଜାଲ ପକାଇଲେ, ବିଭିନ୍ନ ମାଛ ସହ ଦୁଇ ମୁଣ୍ଡିଆ ଏକ ଛୋଟ ମାଛ ମଧ୍ୟ ଜାଲରେ ଆସିଲା। ପ୍ରଥ​‌େ​‌ମ ସେ ମାଛଟିକୁ ଫିଙ୍ଗିଦେବାକୁ ଭାବିଲେ କିନ୍ତୁ ପରେ ମାଛଟିକୁ ଭଲରେ ଦେଖି ସେ ଜାଣିପାରିଲେ ଏହା ସାର୍କ ପ୍ରଜାତିର ଦୁଇମୁଣ୍ଡିଆ ମାଛ। କଥାଟି ପାଖଆଖ ଅଞ୍ଚଳରେ ପ୍ରଚାରିତ ହେବା ସହ ଗଣମାଧ୍ୟମ ଓ ସୋସିଆଲ୍‌ ସାଇଟ୍‌ ଜରିଆରେ ଚର୍ଚ୍ଚା ପରିସରକୁ ଆସିଲା। ଡକ୍ଟର କେ.ଭି.ଅଖିଳେଶ, ଜନୈକ ଜୀବବିଜ୍ଞାନୀ ପରୀକ୍ଷଣ କରି ପ୍ରକାଶ କରିଛନ୍ତି, ଏଭଳି ପ୍ରଜାତିର ଦୁଇମୁଣ୍ଡିଆ ସାର୍କ ଭାରତରେ ଦେଖାଯିବା ବିରଳ। ଏହା ପୂର୍ବରୁ ୧୯୬୪ରେ ଗୁଜରାଟ୍‌ରେ ଓ ୧୯୯୧ରେ କର୍ଣ୍ଣାଟକରେ ଏହିଭଳି ଦୁଇମୁଣ୍ଡିଆ ସାର୍କ ଠାବ ହୋଇଥିଲା। ଏହି ଦୁଇମୁଣ୍ଡିଆ ସାର୍କ ଉପରେ ଅଧିକ ଗବେଷଣା ଜାରି ରହିଛି।

Hot this week

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

‘ଜୀବେ ଦୟା’ ଜୈବ ବିବିଧତାର ଆଦର୍ଶ

ଆମ ପରିବେଶରେ ଥିବା ବିଭିନ୍ନ ପ୍ରକାରର ଉଦ୍ଭିଦ, ପ୍ରାଣୀ ଓ ଅନ୍ୟାନ୍ୟ...

ଅନୁଗୁଳରେ ଫୁଟିଲା ଗୁଳି, ଜଣେ ଗୁରୁତର

ଅନୁଗୁଳ : ଅନୁଗୁଳରେ ଫୁଟିଲା ଗୁଳି । ଶିକ୍ଷକପଡ଼ା ସ୍ଥିତ ଇକୋ...

ଚିନ୍ତାକଳ୍ପ : ଗୁଣଗ୍ରାହିତା

ଆବ୍ରାହମ ଲିଙ୍କନ, ଆମେରିକାର ଲୋକପ୍ରିୟ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅଗ୍ରଗଣ୍ୟ। ଆଜି ମଧ୍ୟ...

Related Articles

Popular Categories