www.samajalive.in
Wednesday, December 10, 2025
26.1 C
Bhubaneswar

ରିପୋର୍ଟ ଆସିଲେ ଆୟରଙ୍କ ଆଘାତ ସଂପର୍କରେ ଜଣାପଡ଼ିବ : ଧାୱନ୍‌

ଦୁବାଇ : ଦିଲ୍ଲୀ କ୍ୟାପିଟାଲ୍‌ସ ଦଳର ଅଧିନାୟକ ଶ୍ରେୟାସ ଆୟରଙ୍କ କାନ୍ଧରେ ଲାଗିଥିବା ଆଘାତ କେତେ ଗୁରୁତର ତାହା ସ୍କାନ୍‌ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଯିବ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଏହି ଦଳର ବରିଷ୍ଠ ଓପନର୍‌ ଶିଖର ଧାୱନ୍‌।
ବୁଧବାର ଦିଲ୍ଲୀ କ୍ୟାପିଟାଲ୍‌ସ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସ ଦଳ ୧୩ ରନ୍‌ରେ ବିଜୟୀ ହୋଇଥିଲା। ତେବେ ଫିଲଡିଂ କରୁଥିବା ବେଳେ ଆୟରଙ୍କ କାନ୍ଧରେ ଆଘାତ ଲାଗିଥିଲା ଏବଂ ସେ ପଡ଼ିଆ ଛାଡ଼ି ଚାଲି ଯାଇଥିଲେ। ତାଙ୍କ ସ୍ଥାନରେ ଶିଖର ଧାୱନ୍‌ ଦଳର ନେତୃତ୍ବ ନେଇଥିଲେ। ମ୍ୟାଚ୍‌ ଶେଷ ହେବା ପରେ ନିଜ ପ୍ରତିକ୍ରିୟାରେ ଧାୱନ୍‌ କହିଥିଲେ ଆୟରଙ୍କ କାନ୍ଧରେ ପ୍ରବଳ ଯନ୍ତ୍ରଣା ହେବାରୁ ସେ ପଡ଼ିଆ ଛାଡ଼ି ଚାଲି ଯାଇଥିଲେ। ତେବେ ସେ କାନ୍ଧରେ ଲାଗିଥିବା ଆଘାତ ଗୁରୁତର କି ନୁହେଁ ତାହା ପରୀକ୍ଷା ରିପୋର୍ଟ ଆସିବା ପରେ ଜଣାପଡ଼ିବ।
ରାଜସ୍ଥାନ ରୟାଲ୍‌ସ ଦଳକୁ ପରାସ୍ତ କରିବା ସଂପର୍କରେ ମତ ଦେଇ ଧାୱନ୍‌ କହିଥିଲେ ଦଳଗତ ଉଦ୍ୟମ ଯୋଗୁଁ ଏହା ସମ୍ଭବପର ହୋଇପାରିଲା। ରାଜସ୍ଥାନ ଦଳର ପ୍ରାରମ୍ଭିକ ବ୍ୟାଟସମ୍ୟାନ୍‌ଙ୍କୁ ଆଉଟ୍‌ କରିପାରିଲେ ଦିଲ୍ଲୀ ବିଜୟୀ ହେବ ବୋଲି ସେ ଜାଣିଥିଲେ। ସେହିପରି ଦିଲ୍ଲୀ ଦଳର ଦୁଇ ଦ୍ରୁତ ବୋଲର କାଗିସୋ ରାବାଡା ଓ ଆନରିଚ୍‌ ନୋର୍ଜେଙ୍କୁ ଧାୱନ୍‌ ଉଚ୍ଚପ୍ରଶଂସା କରିଛନ୍ତି। ସେହିପରି ବୋଲର ତୁଷାର ଦେଶପାଣ୍ଡେଙ୍କୁ ମଧ୍ୟ ଧାୱନ୍‌ ପ୍ରଶଂସା କରିଛନ୍ତି। ଦେଶପାଣ୍ଡେ ଉପଯୁକ୍ତ ଲାଇନ୍‌ ଲେନ୍‌ଥରେ ବୋଲିଂ କରିଥିଲେ ଏବଂ ସେ ଜଣେ ସାହସୀ ବୋଲର ବୋଲି ନିଜକୁ ପ୍ରମାଣିତ କରିଥିବା ଧାୱନ୍‌ ମତ ଦେଇଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories