www.samajalive.in
Monday, December 15, 2025
15.1 C
Bhubaneswar

ଖୋର୍ଦ୍ଧା ସହରରୁ ରାଜ୍ୟର ପ୍ରଥମ ଡିଜିଟାଲ ଡୋର ନମ୍ବରିଂ ସର୍ଭେ ଆରମ୍ଭ : ପ୍ରତି ଘ​‌ରେ ଲାଗିବ ୧୪ ଡିଜିଟ ନମ୍ବର

ଖୋର୍ଦ୍ଧା : ଖୋର୍ଦ୍ଧା ମୁନିସିପାଲିଟିରେ ଡିଜିଟାଲ ଡୋର ନମ୍ବରିଂ ଉପରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି। ଏଥିପାଇଁ ଆଜିଠାରୁ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି। ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ପ୍ରୋଜେକ୍ଟ ଆରମ୍ଭ ହେଉଥିବା ବେଳେ ନୋଇଡାର ଜିଆଇଏସ କନସୋରିୟମ ସଂସ୍ଥା ଏହାର ଦାୟିତ୍ୱ ନେଇଛି। ରାଜ୍ୟର ୧୧୪ଟି ପୈାରପରିଷଦ, ଏନଏସି, ମହାନଗରରୁ ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମକୁ ଛାଡି ୧୧୨ଟି ସହରାଞ୍ଚଳରେ ଏପରି ଡିଜିଟାଲ ଡୋର ନମ୍ବରିଂ କରାଯିବ। ଏହି କାର୍ଯ୍ୟ ଖୋର୍ଦ୍ଧା ସହରରୁ ଆରମ୍ଭ ହୋଇଛି।

ହେବାକୁ ଥିବା ସର୍ଭେ ପୂର୍ବରୁ ଏ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଆଜି କରାଯାଇଛି। ପୈାରପରିଷଦ ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଡି ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଲଷ୍ଟର କୋର୍ଡିନେଟର କହ୍ନେୟା କେଶରୀ, ଟିମ ଲିଡର ସି ଓ ବି ଷ୍ଟୋଇଙ୍କ ସହିତ ସର୍ଭେରେ ସାମିଲ ଥିବା ସ୍ୱେଚ୍ଛାସେବୀ ଓ ପୈାର କର୍ମଚାରୀ ଉପସ୍ଥିତ ଥିଲେ। ବୈଠକରେ ପ୍ରୋଜେକ୍ଟର ଅଭିମୁଖ୍ୟ ସମ୍ପର୍କରେ ଆଲୋଚନା ହୋଇଥିଲା। ସହରର ପ୍ରତି ଘରକୁ ଏକ ୧୪ ଟିକିଆ ସ୍ୱତନ୍ତ୍ର ଅଦ୍ୱିତୀୟ ଡିଜିଟାଲ ନମ୍ବର ଦିଆଯିବ। ଏହି ନମ୍ବର ପରିବର୍ତନ ହେବନି। ଏହି ନମ୍ବର ଦ୍ୱାରା ଗୃହର ଅବସ୍ଥିତି ସହଜରେ ଜାଣିହେବ। ଆଉ ଠିକଣା ​‌େ​‌ଦବା ଆବଶ୍ୟକ ହେବନାହିଁ। ଏହି ନମ୍ବର ମାଧ୍ୟମରେ ବିଦ୍ୟୁତ ବିଲ, ଗ୍ୟାସ ସଂଯୋଗ,ପାଣି ସମସ୍ୟା, ଅନଲାଇନ ସପିଂ ପାଇଁ ସମ୍ପୂର୍ଣ୍ଣ ଠିକଣା ପରିବର୍ତେ ଏହି ନମ୍ବର ହିଁ ଯଥେଷ୍ଟ ହେବ। ଜିପିଏସ ଲାଗିଥିବାରୁ ମୋବାଇଲରେ ଆପ୍‍ ମାଧ୍ୟମରେ ଠିକଣା ସ୍ଥାନରେ ପହଁଚିହେବ। ଗୁଗୁଲ ମ୍ୟାପରେ ଏହା ସଂଯୋଗ ହେବ କିମ୍ବା ଏଥିପାଇଁ ସ୍ୱତନ୍ତ୍ର ଏକ ଆପ୍‌ ଡେଭଲପ ଉପରେ ବିଚାର ବିମର୍ଶ ଚାଲିଥିବା ଜିଆଇଏସ ପକ୍ଷରୁ ଦାୟିତ୍ୱରେ ଥିବା କ୍ଲଷ୍ଟର କୋଡିନେଟର କହ୍ନେୟା କେଶରୀଙ୍କଠାରୁ ପ୍ରକାଶ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories