www.samajalive.in
Sunday, December 14, 2025
23.1 C
Bhubaneswar

ଉଦୟଗିରିରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’, ବଢ଼ିବାରେ ଲାଗିଛି ପର୍ଯ୍ୟଟକଙ୍କ ସଂଖ୍ୟା

ଭୁବନେଶ୍ବର: ଆସୁଛି ପର୍ଯ୍ୟଟନ ଋତୁ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଲାଗି କେନ୍ଦ୍ର ପ୍ରତ୍ନତତ୍ତ୍ବ ସଂରକ୍ଷଣ ବିଭାଗ ପକ୍ଷରୁ ଖଣ୍ଡଗିରି ଓ ଉଦୟଗିରିର ସୌନ୍ଦର୍ଯ୍ୟକରଣ ଏବଂ ଉନ୍ନତୀକରଣ ଯୋଜନା କରାଯାଇଛି। ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳକୁ କଟକଣାମୁକ୍ତ କରିବା ପରେ ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ବିଦେଶୀ ପର୍ଯ୍ୟଟକ ଖଣ୍ଡଗିରି ଓ ଉଦୟଗିରି ପାହାଡ଼ ଭ୍ରମଣକୁ ପସନ୍ଦ କରିଥାଆନ୍ତି। ପର୍ଯ୍ୟଟକମାନେ ଯେପରି ଏହି ସ୍ଥାନକୁ ସୁରକ୍ଷିତ ଭାବେ ଭ୍ରମଣ କରିପାରିବେ ସେଥିପ୍ରତି ଧ୍ୟାନ ଦିଆଯାଉଛି ବୋଲି ପ୍ରତ୍ନତତ୍ତ୍ବ ସଂରକ୍ଷଣ ସହାୟକ ସୁଶାନ୍ତ ଗୋଚ୍ଛାୟତ କହିଛନ୍ତି। କେନ୍ଦ୍ର ପ୍ରତ୍ନତତ୍ତ୍ବ ସଂରକ୍ଷଣ ବିଭାଗ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ଖଣ୍ଡଗିରି ଓ ଉଦୟଗିରିରେ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’ ଆରମ୍ଭ କରିବା ଯୋଜନା ରଖିଥିଲା। ଏଥିପାଇଁ କୋଟି କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା। ଏହି କାର୍ଯ୍ୟ ୨୦୧୫ ସୁଦ୍ଧା ଶେଷ ହେବାର ଯୋଜନା ହୋଇଥିଲେ ସୁଦ୍ଧା ତାହା କାର୍ଯ୍ୟକାରୀ ହୋଇନଥିଲା। ତେବେ ୨୦୨୧ରେ ପର୍ଯ୍ୟଟକମାନେ ଲାଇଟ୍‌ ଆଣ୍ଡ ସାଉଣ୍ଡ ଶୋ’କୁ ଉପଭୋଗ କରିପାରିବେ ବୋଲି କେନ୍ଦ୍ର ପ୍ରତ୍ନତତ୍ତ୍ବ ସଂରକ୍ଷଣ ବିଭାଗ ପକ୍ଷରୁ ସୂଚନା ମିଳିଛି।

ଗୁମ୍ଫାକୁ ଗୁରୁତ୍ବ
ଶହଶହ ବର୍ଷର ଗୁମ୍ଫାଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ସେଥିରେ କାଚ ଖଞ୍ଜା ଯିବା ବ୍ୟବସ୍ଥା ହୋଇଛି। ପର୍ଯ୍ୟଟକମାନେ ବିଭିନ୍ନ ପ୍ରକାରର ଚିତ୍ର ଏବଂ ରଙ୍ଗରେ ନାଁ ଲେଖି ଐତିହ୍ୟକୁ ନଷ୍ଟ କରିଦେଉଛନ୍ତି। ଫଳରେ ଆଗାମୀ ପିଢ଼ି ଏସବୁ ଐତିହ୍ୟ ଉପଭୋଗରୁ ବଞ୍ଚିତ ହେଉଛନ୍ତି। ଏହାକୁ ସୁରକ୍ଷିତ ରଖିବା ଲାଗି ଏଭଳି ବ୍ୟବସ୍ଥା କରାଯିବା ଯୋଜନା ରହିଛି। ଖଣ୍ଡଗିରି ପାହାଡ଼ ପାଦଦେଶରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଶୌଚାଳୟ ତିଆରି କରାଯାଇଛି। ସେହିପରି ଉଦୟଗିରିରେ ଇ-ଟଏଲେଟ କରିବା ଯୋଜନା ରହିଛି।

- Advertisement -

ଦିନକୁ ୨୦୦ ପର୍ଯ୍ୟଟକ
ଖଣ୍ଡଗିରି ଓ ଉଦୟଗିରି ଭ୍ରମଣ ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଅକ୍ଟୋବରରେ ପ୍ରତିଦିନ ୧୦୦ ପାଖାପାଖି ପର୍ଯ୍ୟଟକ ଆସୁଥିବା ବେଳେ ନଭେମ୍ବର ଆରମ୍ଭରୁ ପ୍ରତ୍ୟେକ ଦିନ ୨୦୦ରୁ ଅଧିକ ପର୍ଯ୍ୟଟକ ହେଉଛନ୍ତି। ଏମିତିକି ଶନିବାର ଏବଂ ରବିବାର ୪୦୦ ପାଖାପାଖି ପର୍ଯ୍ୟଟକ ଆସୁଛନ୍ତି।

ଅନଲାଇନରେ ଟିକଟ ବୁକିଂ
ପର୍ଯ୍ୟଟକଙ୍କ ପାଇଁ ଉଦୟଗିରି ଏବଂ ରାଜାରାଣୀ ମନ୍ଦିରରେ ଅନଲାଇନ ଜରିଆରେ ଟିକଟ ବୁକିଂ କରାଯାଉଛି। ପର୍ଯ୍ୟଟକମାନେ ସେଠାରେ ପହଞ୍ଚିବା ପରେ କ୍ୟୁ ଆର ବାର୍‌ କୋଡ ଡାଉନଲୋଡ କରି ସେହି ଆପ୍‌ ଜରିଆରେ ଟିକଟ ବୁକ୍‌ କରିପାରୁଛନ୍ତି। ସେଠାରେ ପର୍ଯ୍ୟଟକଙ୍କ ଥର୍ମାଲ ସ୍କ୍ରିନିଂ ଏବଂ ସାନିଟାଇଜର ବ୍ୟବହାର କରିବାକୁ ଦିଆଯାଉଛି। ଅନଲାଇନରେ ପର୍ଯ୍ୟଟକମାନେ ୨୫ ଟଙ୍କା ବଦଳରେ ୨୦ଟଙ୍କାରେ ଟିକଟ କାଟୁଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories