www.samajalive.in
Sunday, December 14, 2025
23.1 C
Bhubaneswar

ଆଜି ଶିଳ୍ପୀ ସମ୍ବର୍ଦ୍ଧନା : ପୁରସ୍କାର ନେବେନି ଶୈଳବାଳା

ଭୁବନେଶ୍ୱର: ଦୀର୍ଘ ବର୍ଷ ବିବାଦରେ ପୂର୍ଣ୍ଣଚ୍ଛେଦ ପକାଇ ଲଳିତକଳା ଏକାଡେମୀର ସର୍ବୋଚ୍ଚ ଧର୍ମପଦ ପୁରସ୍କାର ପ୍ରଦାନ କରାଯାଇଛି। ଏହା ସାଙ୍ଗରେ ଦିଆଯାଉଥିବା ଶିଳ୍ପୀ ସମ୍ବର୍ଦ୍ଧନା କରୋନା କଟକଣା ଯୋଗୁଁ ଦିଆଯାଇନଥିଲା। ୨୦୧୪-୧୫ ବର୍ଷ ପାଇଁ ୧୦ ଶିଳ୍ପୀଙ୍କୁ ଚିତ୍ରକଳା କ୍ଷେତ୍ରରେ ସମ୍ବର୍ଦ୍ଧନା ଦିଆଯିବା ପାଇଁ ମନୋନୟନ କରାଯାଇଥିଲା। ଏହି ଶିଳ୍ପୀଙ୍କ ମଧ୍ୟରୁ ୫ ଶିଳ୍ପୀଙ୍କ ପରଲୋକ ହୋଇସାରିଲାଣି। ଏହି ସମ୍ବର୍ଦ୍ଧନା ଶୁକ୍ରବାର ଦିଆଯିବା ନେଇ ସ୍ଥିର ହୋଇଛି। ଏହାରି ଭିତରେ ଶିଳ୍ପୀ ଶୈଳବାଳା ପୁରସ୍କାର ନେବେନାହିଁ ବୋଲି ଗଣମାଧ୍ୟମକୁ କହିଛନ୍ତି।

ସୂଚନା ଅନୁଯାୟୀ, ୨୦୧୫ ପାଇଁ ଶିଳ୍ପୀ ଚନ୍ଦ୍ରମଣି ବିଶ୍ୱାଳଙ୍କୁ ମନୋନୟନ କରାଯାଇଥିଲା। ଏହା ସହିତ ତାଙ୍କ ପତ୍ନୀ ଶୈଳବାଳା ନାୟକ ମଧ୍ୟ ସମ୍ବର୍ଦ୍ଧନା ପାଇବାକୁ ଏକାଡେମୀ ସ୍ଥିର କରିଥିଲା। ହେଲେ ଚନ୍ଦ୍ରମଣି ବିଶ୍ୱାଳଙ୍କୁ ସମ୍ବର୍ଦ୍ଧନା ଦିଆଯିବ ନାହିଁ ବୋଲି ଏକାଡେମୀ ସ୍ଥିର କରିଛି। ଶ୍ରୀ ବିଶ୍ୱାଳଙ୍କ ନାମରେ ଭିଜିଲାନ୍ସ ମାମଲା ଥିବା ଦର୍ଶାଯାଇଛି। ଆସନ୍ତାକାଲି ଚନ୍ଦ୍ରମଣିଙ୍କ ପତ୍ନୀ ଶୈଳବାଳାଙ୍କୁ ସମ୍ବର୍ଦ୍ଧନା ନିମନ୍ତେ ଏକାଡେମୀ ପକ୍ଷରୁ ଚିଠି କରାଯାଇଥିବା ବେଳେ ସେ ଏହି ପୁରସ୍କାର ଉତ୍ସବକୁ ଆସିବେ ନାହିଁ କିମ୍ବା ପୁରସ୍କାର ଗ୍ରହଣ କରିବେ ନାହିଁ ବୋଲି କହିଛନ୍ତି। ପୁରସ୍କାର ଗ୍ରହଣ କରିବା ତାଙ୍କ ସ୍ୱାମୀଙ୍କୁ ଅପମାନ ହେବ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ଶ୍ରୀ ବିଶ୍ୱାଳ କହିଛନ୍ତି ମାମଲା ଏବର ନୁହେଁ। ୨୦୧୦ରୁ ଚାଲିଛି। ମୁଁ ଏହି ସମ୍ବର୍ଦ୍ଧନା ପାଇଁ ଆବେଦନ କରିନଥିଲି। ଯେତେବେଳେ ମନୋନୟନ କରାଯାଇଥିଲା ସେତେବେଳେ ମଧ୍ୟ ମାମଲା ଥିଲା। ଯଦି ସେତେବେଳେ ଏକଥା ଜାଣି ମନୋନୟନ କରାଗଲା ଏବେ କାହିଁକି ଏ ପ୍ରଶ୍ନ ଉଠୁଛି। ଏନେଇ ସଂସ୍କୃତି ବିଭାଗ ଅଧିକାରୀଙ୍କୁ ପଚରା ଯାଇଥିଲେ ହେଁ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିଲେ। ସୂଚନା ଅନୁସାରେ ଏକାଡେମୀ ପକ୍ଷରୁ ସମସ୍ତ ଶିଳ୍ପୀଙ୍କୁ ଶୁକ୍ରବାର ପୂର୍ବାହ୍ଣ ୧୦ଟାରେ ସଂସ୍କୃତି ଭବନରେ ଉପସ୍ଥିତ ରହିବାକୁ କୁହାଯାଇଛି। ପୁରସ୍କାର ରାଶି ବାବଦକୁ ୨୦ ହଜାର ଟଙ୍କା, ମାନପତ୍ର ପ୍ରଦାନ କରାଯିବ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories