ନୂଆଦିଲ୍ଲୀ: ଆଜିର ଯୁବ ପିଢୀଙ୍କ ପାଇଁ ମୋବାଇଲ ଗେମ୍ ବ୍ଲୁ-ହ୍ୱେଲ ପରେ ହ୍ୱାଟ୍ସଆପ୍ ଦ୍ୱାରା ମୋମୋ ଚ୍ୟାଲେଞ୍ଜ ଏଣିକି ଭାରତ ପହଞ୍ଚି ଯାଇଛି। ଏହି ଚ୍ୟାଲେଞ୍ଜ ପାଇଁ ରାଜସ୍ଥାନର ଆଜମେରର ଜଣେ ୧୦ମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା କରିଛି। ମୋମୋ ଚ୍ୟାଲେଞ୍ଜ ନାମକ ଏହି ଖେଳଟି ମୁଖ୍ୟତଃ ହ୍ୱାଟ୍ସଆପ୍ ଦ୍ୱାରା ପ୍ରସାରିତ ହେଉଛି। ୧୦ମ ଶ୍ରେଣୀର ଏହି ଛାତ୍ରୀ ଜଣକ ଜନ୍ମଦିନର ମାତ୍ର ୩ଦିନ ପରେ ନିଜ ହାତର ଧମନିକୁ କାଟି ଗଳାରେ ଦୌଡ଼ି ଲଗାଇ ଆତ୍ମହତ୍ୟା କରିଛି। ଛାତ୍ରୀର ମୋବାଇଲ ଫୋନ ବ୍ରାଉଜର ଓ ଶରୀରରୁ ଉଦ୍ଧାର ହୋଇଥିବା କିଛି ଚିହ୍ନକୁ ଚିହ୍ନଟ କରି ପୁଲିସ ଏହି ନିଷ୍ପତ୍ତିରେ ପହଞ୍ଚିଛି।
ବ୍ଲୁ-ହ୍ୱେଲ ଗେମ୍ ପରି ମୋମୋ ଚ୍ୟାଲେଞ୍ଜରେ ମଧ୍ୟ ଚୂଡ଼ାନ୍ତ ଚ୍ୟାଲେଞ୍ଜ ମୃତ୍ୟୁକୁ ଆପଣେଇବା ପରେ ହିଁ ସମ୍ପୂର୍ଣ୍ଣ ହୋଇଥାଏ। ଛାତ୍ରୀ ଜଣକ ମୃତ୍ୟୁ ପୂର୍ବରୁ ଲେଖିଥିବା ସୁଇସାଇଟ ନୋଟରେ ତାକୁ ଜନ୍ମଦିନ ଦିନ ମରିବାକୁ ଚ୍ୟାଲେଞ୍ଜ ଦିଆଯାଇ ଥିଲା ବୋଲି ଉଲ୍ଲେଖ କରିଛି।
ବ୍ଲୁ-ହ୍ୱେଲ ପରେ ଭାରତକୁ ଆସିଲା “ମୋମୋ ଚ୍ୟାଲେଞ୍ଜ’ ଜଣେ ମୃତ
Popular Categories



