ପୂର୍ବତନ ପୌର ସଦସ୍ୟାଙ୍କୁ ଗୁଳିମାଡ ଘଟଣା; ମୁଖ୍ୟ ଅଭିଯୁକ୍ତ କୋର୍ଟଚାଲାଣ

0

ପିପିଲି: ପୁରୀର ପୂର୍ବତନ ପୌର ସଦସ୍ୟା ସତ୍ୟଭାମା ବେହେରାଙ୍କ ଉପରକୁ ହୋଇଥିବା ଗୁଳିମାଡ ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ସର୍ବେଶ୍ୱର ବେହେରା(୩୩)କୁ ପୁଲିସ କଡା ସୁରକ୍ଷା ମଧ୍ୟରେ ଗୁରୁବାର ପିପିଲି କୋର୍ଟକୁ ଚାଲାଣ କରିଛି  । ତେବେ ଜାମିନ ଆବେଦନ ଖାରଜ ହୋଇଯିବାରୁ ତାକୁ ୧୪ଦିନ ପାଇଁ ନିମାପଡା ସ୍ଥିତ ବିଚାର ବିଭାଗୀୟ ଜେଲ ହାଜତକୁ ପଠାଇ ଦିଆଯାଇଛି  । ଗତ ୨୫ ତାରିଖ ରାତିରେ ପୁଲିସ ତାକୁ ଏନ୍‌କାଉଣ୍ଟର କରିଥିଲା  । ଚିକିତ୍ସା ପାଇଁ ତାକୁ କଟକ ବଡ ଡାକ୍ତରଖାନାରେ ପୁଲିସ ଭର୍ତ୍ତି କରିଥିବା ବେଳେ ସୁସ୍ଥ ହେବା ପରେ ତାକୁ କୋର୍ଟ ଚାଲାଣ କରିଥିଲା  । ତାର ଘର ପୁରୀ ଗୋଖାସାହିରେ ହୋଇଥିବା ବେଳେ ସେ ପୂର୍ବରୁ ପୁରୀ ପୁଲିସରେ ହୋମଗାର୍ଡ ଥିବା ଓ ପରେ ଚାକିରୀରୁ ବରଖାସ୍ତ ହୋଇଥିବା ସୂଚନା ମିଳିଛି  । ତାନାମରେ ବିଭିନ୍ନ ଥାନାରେ ୧୨ଟି ମାମଲା ରହିଛି  ।

Leave A Reply