ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ୫ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ

ଗାଜିଆବାଦ: ଉତ୍ତର ପ୍ରଦେଶର ଗାଜିଆବାଦ ଜିଲାରେ ସୋମବାର ଏକ ଘରେ ନିଆଁ ଲାଗି ଦୁଇଟି ପରିବାରର ୬ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟ ୫ ଜଣ ଶିଶୁ ଓ ଜଣେ ମହିଳା ଥିବା ଜଣାପଡ଼ିଛି। ଏବେ ନିଆଁକୁ ଆୟତ୍ତ କରାଯାଇଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି। ତେବେ ସର୍ଟ ସର୍କିଟ୍‍ କାରଣରୁ ଏହି ନିଆଁ ଲାଗିଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଗାଜିଆବାଦର ଲୋନୀ ବର୍ଡର ଥାନା ଅନ୍ତର୍ଗତ ବେହଟା ହାଜିପୁର ସ୍ଥିତ ମୌଲାନା ଆଜାଦ କଲୋନୀର ଏକ ଘରେ ଆଜି ସର୍ଟ ସର୍କିଟ୍‍ କାରଣରୁ ନିଆଁ ଲାଗି ଯାଇଥିଲା। ଫଳରେ ଦୁଇ ପରିବାରର ୫ ଶିଶୁ ସମେତ ୬ ଜଣଙ୍କ ମୃତ୍ୟୁ ଘଟିଛି। ସେମାନେ ଶୋଇଥିବା ସମୟରେ ସର୍ଟ ସର୍କିଟ ଯୋଗୁଁ ଘରେ ଥିବା ଏଲ୍‍ସିଡି ସମେତ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣଗୁଡ଼ିକ ଫାଟିବା ସହ ନିଆଁ ଲାଗି ଯାଇଥିଲା। ମୃତକମାନେ ହେଉଛନ୍ତି, ପରବୀନ(୪୦), ଫାତମା(୧୨), ସାହିମା(୧୦), ରତିୟା(୮), ଅବ୍‍ଦୁଲ୍‍ ଅଜୀମ(୮) ଓ ଅବ୍‍ଦୁଲ୍‍ ଅହଦ(୫)। ଏହି ଲୋମ ହର୍ଷଣକାରୀ ଘଟଣା ସମ୍ପୂର୍ଣ୍ଣ ଗାଁରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

Comments are closed.