www.samajalive.in
Saturday, December 6, 2025
16.1 C
Bhubaneswar

ଫ୍ରାନ୍ସର ପ୍ରସିଦ୍ଧ ନୋଟ୍ର-ଡାମ୍‌ ଚର୍ଚ୍ଚରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲା ୮୦୦ ବର୍ଷ ପୁରୁଣା ବିଶ୍ଵ ଐତିହ୍ୟ

ପ୍ୟାରିସ: ଫ୍ରାନ୍ସର ପ୍ୟାରିସ୍‌ରେ ଅବସ୍ଥିତ ପ୍ରସିଦ୍ଧ ଚର୍ଚ୍ଚ ନୋଟ୍ର-ଡାମ୍‌ କ୍ୟାଥେଡ୍ରଲରେ ସୋମବାର ରାତିରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫଳରେ ୮୦୦ ବର୍ଷ ପୁରୁଣା ଏହି ବିଶ୍ଵ ଐତିହ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ଚର୍ଚ୍ଚଟି ଖ୍ରୀଷ୍ଟିଆନମାନଙ୍କ ବିଶ୍ଵାସର ଗୁରୁତ୍ଵପୂର୍ଣ୍ଣ ପ୍ରତୀକ ଥିଲା। ୧୩ ଶହ ଶତାବ୍ଦୀରେ ଏହାର ନିର୍ମାଣ ହୋଇଥିଲା। ଘଟଣା ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନଙ୍କ ସମେତ ବିଶ୍ଵର ଅନେକ ରାଷ୍ଟ୍ର ଗଭୀର ଦୁଃଖପ୍ରକାଶ କରିଛନ୍ତି। ଫ୍ରାନ୍ସ ରାଷ୍ଟ୍ରପତି ଏକ ଆବେଗପୂର୍ଣ୍ଣ ବାର୍ତ୍ତାରେ କହିଛନ୍ତି, ଆମ ଅସ୍ତିତ୍ଵର ଏକ ଅଂଶ ଜଳିଯାଉଥିବା ଦେଖି ବହୁତ କଷ୍ଟ ହେଉଛି।

ଏହି ଚର୍ଚ୍ଚରେ ସୋମବାର ରାତିରେ ନିଆଁ ଲାଗିଯାଇଥିଲା। କ୍ଷଣକ ମଧ୍ୟରେ ନିଆଁ ସମ୍ପୂର୍ଣ୍ଣ ଚର୍ଚ୍ଚକୁ ବ୍ୟାପିଯାଇଥିଲା। ନିଆଁର ଉତ୍ତାପରେ ଚର୍ଚ୍ଚର ଗିରିଜାଘରର ଛାତ ଭାଙ୍ଗିଯାଇଥିଲା। କିଛି ଘଣ୍ଟା ମଧ୍ୟରେ ଗିରିଜାଘରର ଶିଖର ତଳକୁ ଖସିପଡ଼ିଥିଲା। ଚର୍ଚ୍ଚ​‌ ଜଳୁଥିବା ଦେଖି ଲୋକେ ଅସହାୟ ହୋଇପଡ଼ିଥିଲେ। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଖବର ପାଇ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବା ସହ ଦୁଃଖପ୍ରକାଶ କରିଥିଲେ। ଅଗ୍ନିକାଣ୍ଡର କାରଣ ଜଣାପଡ଼ିନାହିଁ। ତେବେ କୁହାଯାଉଛି ଯେ, ଚର୍ଚ୍ଚରେ ମରାମତି କାର୍ଯ୍ୟ ଚାଲୁଥିଲା। ଏହି ସମୟରେ ଦୁର୍ଘଟଣାବଶତଃ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଅଗ୍ନିକାଣ୍ଡରେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିନାହିଁ।

- Advertisement -

ପ୍ୟାରିସ୍‌ର ମେୟର କହିଛନ୍ତି ଯେ, ଚର୍ଚ୍ଚରେ ଅନେକ ସୁନ୍ଦର କଳାକୃତି ରହିଛି। ଏହି ଚର୍ଚ୍ଚ ଦୁନିଆର ସବୁଠାରୁ ପୁରାତନ ଚର୍ଚ୍ଚ ମଧ୍ୟରୁ ଗୋଟିଏ। ପ୍ରତିବର୍ଷ ଲକ୍ଷାଧିକ ଲୋକ ଏଠାକୁ ବୁଲିବାକୁ ଆସିନ୍ତି। ଏହି ଚର୍ଚ୍ଚକୁ ୟୁନେସ୍କୋ ପକ୍ଷରୁ ବିଶ୍ଵ ଐତିହ୍ୟ ଘୋଷଣା କରିଥିଲା। କିନ୍ତୁ ଅଗ୍ନିକାଣ୍ଡରେ ଚର୍ଚ୍ଚ ଜଳିଯିବା ଅତ୍ୟନ୍ତ ଦୁଃଖଦାୟକ ଘଟଣା।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories