ନୂଆଦିଲ୍ଲୀ: ରାଜଧାନୀ ନୂଆଦିଲ୍ଲୀର ଏକ ଗୋଦାମରେ ବୁଧବାର ସକାଳେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଘଟଣା ସ୍ଥଳରେ ଅଗ୍ନିଶମ ବିଭାଗର ୩୦ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବା ଲାଗି ଉଦ୍ୟମ ଚଳାଇଛନ୍ତି। ଦିଲ୍ଲୀର ଟିକରୀ ସୀମା ଅଞ୍ଚଳରେ ଏହି ଅଗ୍ନିକାଣ୍ଡ ଘଟିଛି। ନିଆଁ ଯୋଗୁ ସ୍ଥାନୀୟ ଅଞ୍ଚଳର ଆକାଶ ଧୂଆଁମୟ ହୋଇଯାଇଛି। ଏହା କେଉଁ ଗୋଦାମ, ଏଠାରେ କିପରି ନିଆଁ ଲାଗି ଏବଂ ଏଥିଯୋଗୁ କେତେ ପରିମାଣର କ୍ଷତି ଘଟିଛି ତାହା ଜଣାପଡ଼ି ନାହିଁ।
ଦିଲ୍ଲୀର ଏକ ଗୋଦାମରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟରେ ୩୦ ଦମକଳ ଗାଡ଼ି ନିୟୋଜିତ
Popular Categories



