www.samajalive.in
Saturday, December 6, 2025
17.1 C
Bhubaneswar

କାର୍‍ ପୋଡିଦେଲେ ଦୁବୃର୍ତ୍ତ

ପିପିଲି : ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ପିପିଲି ବାଇପାସ ରାସ୍ତାର ଦାଣ୍ଡମୁକୁନ୍ଦପୁର ଗ୍ରାମ୍ୟ ଛକ ଠାରେ ବୁଧବାର ବିଳମ୍ବିତ ରାତିରେ କେତେକ ଦୁବୃର୍ତ୍ତ ଏକ କାର୍‍କୁ ନିଆଁ ଲଗାଇ ପୋଡି ଦେଇଛନ୍ତି ।

ସୂଚନା ଅନୁଯାୟୀ, ଭୁବନେଶ୍ୱରର ଏକ ଘରୋଇ ଶିକ୍ଷାନୁଷ୍ଠାନର ନାମ ଲେଖା ବିଜ୍ଞାପନ ସଂପର୍କିତ ପୋଷ୍ଟର ଲଗାଇବାକୁ ୩ ଜଣ ଯୁବକ ଏକ ନାନୋ କାର୍‍ ଯୋଗେ ପିପିଲିକୁ ଆସିଥିଲେ। ସେମାନେ ଦାଣ୍ଡମୁକୁନ୍ଦପୁର ଗ୍ରାମ୍ୟ ଛକ ଠାରେ ପୋଷ୍ଟର ଲଗାଉଥିବା ବେଳେ ଏହି ଘଟଣା ଘଟିଛି । ରାତି ପ୍ରାୟ ୨ଟା ସମୟରେ କେତେକ ଦୁବୃର୍ତ୍ତ ସେଠାରେ ପହଞ୍ଚି ଉକ୍ତ ଯୁବକମାନଙ୍କ ସହ ଝଗଡା କରିବା ସହ ସେମାନଙ୍କୁ ମାରଧର କରିଥିଲେ। ଏହାପରେ ସେମାନେ ଆସିଥିବା ନାନୋ କାରରେ ନିଆଁ ଲଗାଇ ଦେଇଥିଲେ। ଫଳରେ କାରଟି ସଂପୂର୍ଣ୍ଣ ଭାବେ ପୋଡି ଯାଇଥିଲା । ଖବର ପାଇ ପିପିଲି ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ପିପିଲି ପୁଲିସ ସେଠାରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories