www.samajalive.in
Friday, December 5, 2025
20.1 C
Bhubaneswar

ମାସୁଦକୁ ବିଶ୍ଵ ଆତଙ୍କୀ ଘୋଷଣାରେ ବାଧା ନ ଦେବାକୁ ଚୀନକୁ ପାକ୍‌ର ପରାମର୍ଶ

ନୂଆଦିଲ୍ଲୀ: ଜୈଶ ଆତଙ୍କବାଦୀ ସଂଗଠନର ମୁଖ୍ୟ ମାସୁଦ ଆଝାର ଉପରେ ପାକିସ୍ତାନର ଆଭିମୁଖ୍ୟ ଧୀରେ ଧୀରେ ପରିବର୍ତ୍ତନ ହେବାରେ ଲାଗିଛି। ବିଶ୍ଵ ସମୁଦାୟର ଚାପ​‌ ଆଗରେ ପାକିସ୍ତାନ ମୁଣ୍ଡ ନୁଆଁଇବା ସହିତ ମାସୁଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛି। ଏହା ମଧ୍ୟରେ ମାସୁଦକୁ ଜାତିସଂଘ  ସୁରକ୍ଷା ପରିଷଦରେ ବିଶ୍ଵ ଆତଙ୍କବାଦୀ ଘୋଷଣାରେ ଚୀନ ଯେଉଁ ପ୍ରତିବନ୍ଧକ ଲଗାଉଛି ତାହା ଉପରେ ପାକିସ୍ତାନ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛି। ମାସୁଦକୁ ବିଶ୍ଵ ଆତଙ୍କବାଦୀ ତାଲିକାରେ ସାମିଲ ନ କରିବା ଲାଗି ଚୀନ ଯେଉଁ କେତେକ କାରଣ ଦର୍ଶାଉଛି ତାହାକୁ ପ୍ରତ୍ୟାହାର କରିନେବାକୁ ଇସଲାମାବାଦ ପକ୍ଷରୁ ଚୀନକୁ ପରାମର୍ଶ ଦିଆଯାଇଛି। ବାଲାକୋଟ ଆକ୍ରମଣ ପରେ ଭାରତ ସହ ସୃଷ୍ଟି ହୋଇଥିବା ଉତ୍ତେଜନାମୂଳକ ପରିସ୍ଥିତିରେ ସୁଧାର ଆସିଥିବାରୁ ପାକିସ୍ତାନ ଚୀନକୁ ତାହାର ଆଭିମୁଖ୍ୟ ପରିବର୍ତ୍ତନ କରିବାକୁ କହିଛି।

ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୦ରୁ ଊର୍ଦ୍ଧ୍ଵ ଯବାନ ସହିଦ ହୋଇଥିଲେ। ଏହି ଆକ୍ରମଣ ପାଇଁ ଜୈଶ ସଂଗଠନ ନିଜକୁ ଦାୟୀ କରିଥିଲା। ଏହା ପରେ ବିଶ୍ଵବ୍ୟାପୀ ଆତଙ୍କବାଦ ବିରୋଧରେ ଲଢ଼େଇ ପାଇଁ ମତପ୍ରକାଶ ପାଇଥିଲା। ସେପଟେ ଫ୍ରାନ୍ସ, ବ୍ରିଟେନ, ଆମେରିକା, ଭାରତ ପକ୍ଷରୁ ମାସୁଦକୁ ବିଶ୍ଵ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଗତ ହୋଇଥିଲା। ଗତ ମାର୍ଚ୍ଚ ୧୩ ତାରିଖରେ ଏହି ପ୍ରସ୍ତାବ ଉପରେ ଆଲୋଚନା ବେଳେ ଚୀନ ଏହାର ଭିଟୋ କ୍ଷମତା ବଳରେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ମାସୁଦକୁ ସୁରକ୍ଷା ଦେଇଥିଲା। ଏହା ପରେ ଆମେରିକା ବିକଳ୍ପ ପନ୍ଥା ଆପଣାଇବାକୁ ଯୋଜନା ଚଳାଇଛି।

- Advertisement -

କ’ଣ ପାଇଁ ବାରମ୍ବାର ଚୀନ ଏଭଳି କରୁଛି ତାହାର କାରଣ ଦର୍ଶାଇବା ଲାଗି ସୁରକ୍ଷା ପରିଷଦର ୩ ସଦସ୍ୟ ରାଷ୍ଟ୍ର ଆମେରିକା, ବ୍ରିଟେନ ଏବଂ ଫ୍ରାନ୍ସ ବେଜିଂକୁ ୨ ସପ୍ତାହ ସମୟ ଦେଇଥିଲେ, ଯାହାର ଅବଧି ଚଳିତ ସପ୍ତାହରେ ଶେଷ ହେବାକୁ ଯାଉଛି। କୁହାଯାଉଛି ଯେ, ଜାତିସଂଘ ସାଧାରଣ ଅଧିବେଶନରେ ଏହି ପ୍ରସଙ୍ଗରେ ଆଲୋଚନା ପାଇଁ ଆମେରିକା ପ୍ରସ୍ତାବ ଦେବ। ଏହି ଅଧିବେଶନରେ ଚୀନ କ’ଣ ପାଇଁ ମାସୁଦକୁ ସୁରକ୍ଷା ଦେଉଛି ତାହାର ନିର୍ଦ୍ଦିଷ୍ଟ କାରଣ ଦେବାକୁ ପଡ଼ିବ, ଯାହା ବେଜିଂକୁ ଅଡୁଆରେ ପକାଇବା ସମ୍ଭାବନା ରହିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories