www.samajalive.in
Tuesday, December 9, 2025
26.1 C
Bhubaneswar

ହୋଲି ସ୍ପେଶାଲ ଟ୍ରେନରେ ଲାଗିଲା ନିଆଁ; ବଗିରୁ ଡେଇଁ ଜୀବନ ବଞ୍ଚାଇଲେ ଲୋକେ

ପାଟନା: ବିହାରର ଆରାରେ ଲୋକମାନ୍ୟ ତିଲକ ସ୍ପେଶାଲ ଟ୍ରେନର ଏସି ବଗିରେ ନିଆଁ ଲାଗିଥିବା ଖବର ମିଳିଛି। ଅନେକ ଯାତ୍ରୀ ଟ୍ରେନରୁ ଡେଇଁ ନିଜ ଜୀବନ ବଞ୍ଚାଇଛନ୍ତି। ମିଳିଥିବା ସୂଚନା ଅନୁସାରେ, ସର୍ଟ ସର୍କିଟ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଛି। ବିହାରର ଭୋଜପୁର ଅନ୍ତର୍ଗତ ଦାନାପୁର-ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ରେଳଖଣ୍ଡର କାରିସାଥ ଷ୍ଟେସନ ନିକଟରେ ଏହି ଅଗ୍ନିକାଣ୍ଡ ଘଟିଥିବା ଖବର ପ୍ରକାଶ ପାଇଛି। ୦୧୪୧୦ ହୋଲି ସ୍ପେଶାଲ ଟ୍ରେନରେ ନିଆଁ ଲାଗିଯାଇଥିଲା। ଟ୍ରେନର ଏସି ବଗିରେ ନିଆଁ ଲାଗିଥିଲା।

ଦାନାପୁରରୁ ମୁମ୍ବଇ ଯାଉଥିବା ହୋଲି ସ୍ପେଶାଲରେ ମଙ୍ଗଳବାର ରାତି ପ୍ରାୟ ୨ଟା ସମୟରେ ହଠାତ୍‌ ସର୍ଟ ସର୍କିଟ୍‌ ହୋଇଥିଲା ଏବଂ କିଛି କ୍ଷଣ ମଧ୍ୟରେ ଟ୍ରେନର ଏସି ବଗିରେ ନିଆଁ ଲାଗି ଯାଇଥିଲା। ହୋଲି କାରଣରୁ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ବହୁତ କମ୍ ଥିଲା, ତେଣୁ ଏପର୍ଯ୍ୟନ୍ତ ମୃତାହତ ନେଇ କୌଣସି ଖବର ନାହିଁ। ଇତି ମଧ୍ୟରେ ରେଳବାଇ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି, ଯେଉଁଥିରେ ସୂଚନା ମିଳିପାରିବ। ଦାନାପୁର ହେଲ୍ପଲାଇନ ନମ୍ବର-୦୬୧୧୫୨୩୨୪୦୧, ଆରା ହେଲ୍ପଲାଇନ ନମ୍ବର-୯୩୪୧୫୦୫୯୮୧ ଏବଂ ବକ୍ସର ହେଲ୍ପଲାଇନ ନମ୍ବର-୯୩୪୧୫୦୫୯୭୨।

- Advertisement -

ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ରେଳ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି। ମୁଖ୍ୟ ଲାଇନରେ ନିଆଁ ଲାଗିବା କାରଣରୁ ଏକାଧିକ ଟ୍ରେନ୍ ଗତିପଥ ପରିବର୍ତ୍ତନ କରାଯାଇଛି। ତେବେ ବଗିକୁ ଟ୍ରେନରୁ ଅଲଗା କରାଯାଇ ହୋଲି ସ୍ପେଶାଲ ଟ୍ରେନକୁ ପଠାଇ ଦିଆଯାଇଛି।

 

Hot this week

ଶିକାରୀ ଫାଶରେ ପଡିଲା କଲରାପତରିଆ

ଅନୁଗୁଳ : ଶିକାରୀ ଫାଶରେ ପଡିଲା କଲରାପତରିଆ। ଅନୁଗୋଳ ବନଖଣ୍ଡ କରତପଟା...

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ...

ପୀତବାସ ପଣ୍ଡା ହତ୍ୟା ମାମଲା: ବିକ୍ରମଙ୍କ ସହ ୫ଜଣଙ୍କ ଜାମିନ୍‌ ରାୟ ସଂରକ୍ଷିତ

ସମାଜ ଡିଜିଟାଲ ଡେସ୍କ: ପୀତପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବିଧାୟକ ବିକ୍ରମ...

ବିଜେପି ମୋର୍ଚ୍ଚା ସଭାପତି : ଅଭିଳାଷ , ଐଶ୍ଵର୍ଯ୍ୟା ରିପିଟ୍‌

ଭୁବନେଶ୍ଵର : ମୋର୍ଚ୍ଚା ସଭାପତି ଓ ଜିଲ୍ଲା ପ୍ରଭାରୀ ଘୋଷଣା କଲେ...

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

Related Articles

Popular Categories