କଲକାତା ବିମାନବନ୍ଦରରେ ଅଗ୍ନିକାଣ୍ଡ
କଲକାତା : ସ୍ଥାନୀୟ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆନ୍ତର୍ଜାତିକ ବିମାନବନ୍ଦରରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ରାତି ପ୍ରାୟ ୯ଟା ୧୦ ମିନିଟ୍ରେ ବିମାନବନ୍ଦରର ବହିର୍ଗମନ ପଥର ଡି’ ପୋର୍ଟାଲ ଅଞ୍ଚଳରେ ଅଗ୍ନିକାଣ୍ଡ ଘଟିଥିଲା। ନିଆଁରେ ସୁରକ୍ଷା ଯାଞ୍ଚ ପଏଣ୍ଟର କିଛି ଅଂଶ ପୋଡି ଯାଇଛି। ତିନିଟି ଦମକଳ ଯୋଗେ ନିଆଁକୁ ଆୟତ୍ତ କରାଯାଇଛି। ମାତ୍ର ଏଥିରେ କେହି ମୃତ କିମ୍ବା ଆହତ ହୋଇ ନାହାନ୍ତି। ଅଗ୍ନିକାଣ୍ଡ କିପରି ଘଟିଲା ତାହାର ତଦନ୍ତ ଚାଲିଛି।
Comments are closed.