ଭୁବନେଶ୍ବର: ଅସାବଧାନତା କାରଣରୁ ଦୀପାବଳି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟି ଯାଇଛି। ସମ୍ବଲପୁରସ୍ଥିତ ଏକ ପରିବା ବଜାରରେ ନିଆଁ ଲାଗି ପ୍ରାୟ ଶହେରୁ ଅଧିକ ଦୋକାନ ଜଳି ପାଉଁଶ ହୋଇ ଯାଇଛି। ସୂଚନା ପାଇ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ହେଲେ ସେତେବେଳକୁ ପ୍ରାୟ ୧୦୦ରୁ ଅଧିକ ଦୋକାନ ଜଳି ଭସ୍ମ ହୋଇ ସାରିଥାଏ। ତେବେ ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବା ଜଣାପଡ଼ିନାହିଁ। ଏଥିରେ ବହୁ ପରିମାଣର ପରିବା ଜଳି ନଷ୍ଟ ହୋଇ ଯାଇଛି। ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣାପଡି ନଥିବା ବେଳେ ଦୀପରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ଏନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।
Popular Categories



