www.samajalive.in
Monday, December 15, 2025
14.1 C
Bhubaneswar

ମସ୍କୋର ଏକ ସପିଙ୍ଗ୍‌ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ; ଜୀବନ ବଞ୍ଚାଇବାକୁ ଝରକା କାଚ ଭାଙ୍ଗି ଡେଇଁଲେ ଲୋକେ

ମସ୍କୋ: ପଶ୍ଚିମ ସାଇବେରିଆର ଏକ ସପିଙ୍ଗ୍‌ ମଲ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟିଛି ।  ପ୍ରାୟ ୬୦୦ ଲୋକ ସପିଙ୍ଗ୍ ମଲରେ ଫସି ରହିଥିବା ଅନୁମାନ କରାଯାଉଛି । ସେମାନଙ୍କ ଉଦ୍ଧାର କାର୍ଯ୍ୟରେ ୬୨ଟି ଦମକଳ ନିୟୋଜିତ ହୋଇଛି । ଅଗ୍ନିକାଣ୍ଡରେ ମୃତଙ୍କ ସଠିକ ସଂଖ୍ୟା ଜଣାପଡି ନଥିବା ବେଳେ ଏଯାବତ୍ ୩୭ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ନେଇ ଉଦ୍ଧାରକାରୀ ଦଳ ପକ୍ଷରୁ ସୂଚନା ମିଳିଛି । ଜୀବନ ବଞ୍ଚାଇବାକୁ ଯାଇ ନିଆଁରେ ଫସିଥିବା ଲୋକମାନେ ଝରକା କାଚ ଭାଙ୍ଗି ଡେଇଁବାକୁ ଉଦ୍ୟମ କରିଥିଲେ ।

- Advertisement -

ସୂଚନାଯୋଗ୍ୟ, ଗତକାଲି ରାତି ଭାରତୀୟ ସମୟ ଅନୁସାରେ ପ୍ରାୟ ସାଢେ ୨ଟା ବେଳେ ପ୍ରଥମେ ଗୋଟାଏ ସିନେମା ହଲ୍‌ରେ ନିଆଁ ଲାଗି ଓ ପରେ ସପିଙ୍ଗ ମଲରେ ଥିବା ସବୁ ଦୋକାନକୁ ବ୍ୟାପି ଯାଇଥିଲା। ଜ୍ୱଳନ୍ତ ସପିଙ୍ଗ୍‌ ମଲ ମଧ୍ୟରୁ ପ୍ରାୟ ୧୨୦ ଜଣଙ୍କୁ ଉଦ୍ଧାର କରାଯାଇଛି ବୋଲି ଉଦ୍ଧାରକାରୀ ଦଳ ପକ୍ଷରୁ କୁହାଯାଇଛି । ଏପର୍ଯ୍ୟନ୍ତ ୬୪ ଜଣ ଲୋକ ନିଖୋଜ ଅଛନ୍ତି ଏବଂ ସେମାନଙ୍କ ମଧ୍ୟରେ ୪୧ ଜଣ ପିଲା ଥିବା ଜଣାପଡିଛି । ଏହି ମଲଟି ୨୦୧୩ ମସିହାରେ ଖୋଲା ଯାଇଥିଲା ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories