ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଏକ ରବର ଫ୍ୟାକ୍ଟ୍ରିରେ ନିଅାଁ ଲାଗିଛି। ଠିକ୍ ସମୟରେ ଅଗ୍ନିଶମ ବାହିନୀ ପହଞ୍ଚିବାରୁ ନିଅାଁକୁ ଆୟତ୍ତ କରାଯାଇପାରିଥିଲା। ଅଗ୍ନିକାଣ୍ଡରେ କେହି ମୃତାହତ ହୋଇ ନ ଥିବା ଜଣାପଡ଼ିଛି। ନିଅାଁ ଲିଭାଇବା ପାଇଁ ୩୦ଟି ଟିମ୍ ନିୟୋଜିତ ହୋଇଥିଲେ। ଫ୍ୟାକ୍ଟ୍ରିଟି ଏକ ଗଳି ରାସ୍ତାରେ ଥିବାରୁ ସେଠାକୁ ଦମକଳ ଗାଡ଼ି ଯିବାରେ ଅସୁବିଧା ହୋଇଥିଲା। ଫ୍ୟାକ୍ଟ୍ରି ନିକଟରେ ଥିବା ଏକ ଆବାସିକ କୋଠାକୁ ନିଅାଁ ବ୍ୟାପିଥିଲେ ମଧ୍ୟ ସେଠାରେ କେହି ରହୁନଥିବାରୁ ବଡ଼ ଧରଣର କ୍ଷୟକ୍ଷତି ହୋଇ ନାହିଁ। ଆଖପାଖ ଅଞ୍ଚଳ ପ୍ରବଳ ଧୂଆଁରେ ଭର୍ତ୍ତି ହୋଇଯାଇଥିବା ଦେଖିବାକୁ ମିଳିଛି।
Popular Categories



