କୋଣାର୍କ: କୋରାପୁଟ ଜୟପୁରର ଗ୍ରାମ୍ୟ ଜଳଯୋଗାଣ ବିଭାଗର ନିର୍ବାହଯନ୍ତ୍ରୀଙ୍କ ବାସଭବନରେ ବୁଧବାର ଭିଜିଲାନ୍ସ ପକ୍ଷରୁ ଚଢ଼ଉ ହୋଇଛି। ନିର୍ବାହିଯନ୍ତ୍ରୀ ଭାବେ କାର୍ଯ୍ୟରତ ଗୋପ ଥାନା ଅଧୀନ ଓଡ଼ମ୍ବା ଗ୍ରାମର ଶିବପ୍ରସାଦ ଭୋଳଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ଉ କରାଯାଇଛି। ଆଜି ସକାଳୁ କଟକ ଭିଜିଲାନ୍ସ ବିଭାଗ ପକ୍ଷରୁ ତାଙ୍କର ପୈତୃକ ବାସଭବନ ସହ ଅନ୍ୟାନ୍ୟ ସ୍ଥାନରେ ଥିବା ସମ୍ପତ୍ତିରେ ଚଢ଼ାଉ କରାଯାଇଛି। କଟକ ଭିଜିଲାନ୍ସ ସେଲର ଡ଼ିସିପି ସୁରେଶ ଦାଶଙ୍କ ନେତୃତ୍ୱରେ ଏକ ୩ଜଣିଆ ଟିମ ଏହି ଚଢ଼ଉରେ ସାମିଲ ହୋଇଛନ୍ତି। ଚଢ଼ଉରେ ଲକ୍ଷାଧିକ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଥିବା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।
Popular Categories



