www.samajalive.in
Monday, December 15, 2025
27.1 C
Bhubaneswar

ଗ୍ୟାସ ନିଆଁରେ ଜଳିଗଲା ୫ ବଖରା ଘର

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ବଡ଼ସିନ୍ଧୁବା ଗ୍ରାମରେ ଶୁକ୍ରବାର ସକାଳ ୯ଟା ବେଳେ ଘରେ ରୋଷେଇ କରୁଥିବା ବେଳେ ଅଚାନକ ଗ୍ୟାସ ଟାଙ୍କିରୁ ନିଆଁ ବାହାରି ଘର ଜଳିଯାଇଛି। ଖବର ପାଇ ମୋହନା ଅଗ୍ନିଶମ ବିଭାଗ ଅଧିକାରୀ ତାରକାନ୍ତ ମହାପାତ୍ର ଓ ଟିମ୍ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଘରେ ରହିଥିବା ଏକ ଲକ୍ଷରୁ ଊର୍ଦ୍ଧ୍ଵ ଟଙ୍କା ମୂଲ୍ୟର ସାମଗ୍ରୀକୁ ସୁରକ୍ଷିତ ଭାବେ ଉଦ୍ଧାର କରିଛନ୍ତି ଅଗ୍ନିଶମ ବାହିନୀ।

ଘଟଣାରୁ ପ୍ରକାଶ, ଶୁକ୍ରବାର ଦିନ ବଡ଼ସିନ୍ଧୁବା ଗ୍ରାମର ରାଉଳ ରଞ୍ଜିତଙ୍କ ରୋଷେଇ ଘରୁ ଇଣ୍ଡିଆନ ଗ୍ୟାସରୁ ନିଆଁ ବାହାରି ୫ ବଖରା ଘର ଜଳି ଯାଇଛି। ରାଉଳଙ୍କ ଦୁଇ ବଖରା, ଟୁକୁନା ରଥଙ୍କ ଦୁଇ ବଖରା ଏବଂ ରାଧା କୃଷ୍ଣ ମନ୍ଦିର ର ଗୋଟିଏ ବଖରା ଜଳି ପୋଡି ପାଉଁଶ ହୋଇଯାଇଛି। ଏହି ନିଆଁରେ ଅନେକ ଆବଶ୍ୟକ କାଗଜପତ୍ର, ଟଙ୍କା, ଅନ୍ୟାନ୍ୟ ସାମଗ୍ରୀ ପୋଡି ନଷ୍ଟ ହୋଇଛି। ଯାହାର ଆନୁମାନିଜ ମୂଲ୍ୟ ୫୦ ହଜାର ଟଙ୍କାରୁ ଊର୍ଦ୍ଧ୍ଵ ହେବ ବୋଲି ଅଗ୍ନିଶମ ବିଭାଗ ଅଧିକାରୀ ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି ।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories