ହେଚିରୀ ପରିସରରୁ ମାଛ ଜାଲରୁ ଉଦ୍ଧାର ହେଲା ଅଜଗର

ଗୋପାଳପୁର: ଗୋପାଳପୁର ଠାରେ ଥିବା ଏକ ହେଚେରୀ ପରିସରରେ ଥିବା ଏକ ଗୋଦାମ ଘର ପରିସରରେ ପରିତ୍ୟକ୍ତ ଅବସ୍ଥାରେ ପଡି ରହିଥିବା ଏକ ଜାଲରେ ପଡି ଛଟପଟ ହେଉଥିବା ଅଜଗର ସାପକୁ ସ୍ନେକ ହେଲ୍ପ ଲାଇନର ସଦସ୍ୟମାନେ ଉଦ୍ଧାର କରିଥିବା ଜଣାପଡିଛି। ବେଳାଭୂମି ନିକଟରେ ଥିବା ଡିପ ସନ ହେଚେରୀ ପରିସରରେ ଜାଲରେ ଅଜଗର ସାପଟି ଗୁରୁବାର ବିଳମ୍ବିତ ରାତିରୁ ଛନ୍ଦି ହୋଇ ପଡ଼ିରହିଥିଲା। ଦୀର୍ଘ ସମୟ ହେବ ସାପଟି ବାହାରିବାକୁ ଚେଷ୍ଟା କଲେ ମଧ୍ୟ ସେଥିରୁ ବାହାରି ପାରୁ ନଥିଲା। ଶେଷରେ ହେଚେରୀ ମ୍ୟାନେଜର ସ୍ନେକ ହେଲ୍ପଲାଇନକୁ ଯୋଗାଯୋଗ କରିଥିଲେ। ଏହାପରେ ବ୍ରହ୍ମପୁର ସ୍ନେକ ହେଲ୍ପଲାଇନ ସଦସ୍ୟ ସ୍ୱାଧୀନ କୁମାର ସାହୁ ଏବଂ ଶ୍ରୀକାନ୍ତ ନାହାକ ଘଟଣାସ୍ଥଳରେ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ।

ଉଦ୍ଧାର ସାପଟି ଅଜଗର ପ୍ରଜାତିର ହୋଇଥିବା ବେଳେ ଏହାର ମୁଣ୍ଡ ଛୋଟ ଏବଂ ଦେହ ବଡ଼ ରହିଛି। ଯାହାଦ୍ୱାରା ପ୍ରଥମେ ଖାଦ୍ୟ ଲୋଭରେ ସେ ଜାଲରେ ଫସି ଯାଇଥିବା କହିଛନ୍ତି। ସାପଟିର ଲମ୍ବ ୪ ଫୁଟ ହୋଇଥିବା ବେଳେ ଏହାକୁ ବନବିଭାଗର ପରାମର୍ଶ କ୍ରମେ ସଂରକ୍ଷିତ ଜଙ୍ଗଲରେ ଛଡ଼ାଯିବ ବୋଲି ସ୍ନେକ ହେଲ୍ପ ଲାଇନ ସଦସ୍ୟ ସ୍ବାଧିନ ସୂଚନା ଦେଇଛନ୍ତି।

Comments are closed.