ଜଗତସିଂହପୁର : ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ ବୁଧବାର ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ହୋଇଛି। ଭାଗ୍ୟବଶତଃ ଏଥିରେ କୌଣସି ଜୀବନହାନି ହୋଇନଥିବା ଜଣାପଡ଼ିଛି।
ସୂଚନା ଅନୁଯାୟୀ, ଜିଲା ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ଏହା ଦେଖି ସେହି ବିଭାଗରେ ଥିବା ରୋଗୀ ଓ ମେଡ଼ିକାଲ ଆଟେଣ୍ଡାଣ୍ଟ ବାହାରକୁ ପଳାଇ ଆସିଥିଲେ। ପରେ ଦମକଳ ବାହିନୀ ଆସି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ଏହା ଘଟିଛି ବୋଲି ସନ୍ଦେହ କରାଯାଉଛି।
ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଅଗ୍ନିକାଣ୍ଡ
Popular Categories



