ଭଦ୍ରକ : ଭଦ୍ରକ ଜିଲା ସାନକୃଷ୍ଣପୁର ଗ୍ରାମରେ ଜଣେ ମହିଳା ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଛନ୍ତି। ମହିଳାଙ୍କ ଶରୀରର ପ୍ରାୟ ୯୦ପ୍ରତିଶତ ଜଳି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମହିଳାଙ୍କୁ ବଞ୍ଚାଇବାକୁ ଯାଇ ତାଙ୍କ ସ୍ବାମୀ ଆହତ ହୋଇଥିବା ଜଣାପଡିଛି। ତେବେ ପାରିବାରିକ କଳହରୁ ମହିଳା ଜଣକ ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିବା ଜଣାପଡିଛି।
Popular Categories



