www.samajalive.in
Sunday, December 14, 2025
26.1 C
Bhubaneswar

ବିବାଦୀୟ ବୟାନ ଯୋଗୁ ସିଦ୍ଧୁ ଓ ସତପାଲଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ପଞ୍ଜାବ କ୍ୟାବିନେଟରେ ମନ୍ତ୍ରୀ ଥିବା ନବଜୋତ ସିଂହ ସିଦ୍ଧୁ ଏକ ନିର୍ବାଚନୀ ସଭାରେ ବିବାଦୀୟ ଭାଷଣ ଦେଇଥିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ଏତଲା ଦାୟର କରାଯାଇଛି। ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ମାମଲାରେ ବିହାର କଟିହାରରେ ଏହି ମାମଲା ଦାୟର କରାଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସଞ୍ଜୟ କୁମାର ସିଂହ କହିଛନ୍ତି ଯେ ଫ୍ଲାୟିଙ୍ଗ ସ୍କ୍ୱାର୍ଡ ବାରସୋଇ ଥାନାରେ ଏତଲା ଦାୟର କରିଛନ୍ତି ଏବଂ ସମ୍ପୂର୍ଣ ରିପୋର୍ଟ ନିର୍ବାଚନ ଆୟୋଗଙ୍କୁ ପଠାଯାଇଛି। ସିଦ୍ଧୁ କଂଗ୍ରେସ ପ୍ରାର୍ଥୀ ତାରିକ ଅନୱରଙ୍କ ପାଇଁ ପ୍ରଚାର କରୁଥିଲେ। ସିଦ୍ଧୁ ସେହି ନିର୍ବାଚନୀ ସଭାରେ କହିଥିଲେ ଯେ, ଏଠି ଜାତି ଆଧାରରେ ଭାଗ ଭାଗ କରାଯାଉଛି, ଏହି ସିଟରେ ଆପଣମାନେ ଅଳ୍ପସଂଖ୍ୟକ ନୁହନ୍ତି, ବହୁସଂଖ୍ୟକ ଅଟନ୍ତି।

ଅନ୍ୟପକ୍ଷରେ ହିମାଚଳ ପ୍ରଦେଶରେ ଏକ ନିର୍ବାଚନୀ ସଭାରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ପୂର୍ବକ ପ୍ରଦେଶ ବିଜେପି ଅଧ୍ୟକ୍ଷ ସତପାଲ ସିଂହ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ପ୍ରତି ଅପଶବ୍ଦ ପ୍ରୟୋଗ ଅଭିଯୋଗରେ ତାଙ୍କ ବିରୁଦ୍ଧରେ ମାମଲା ଦାୟର କରାଯାଇଛି।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories