www.samajalive.in
Sunday, December 14, 2025
15.1 C
Bhubaneswar

ବିଶ୍ବକପ୍‌ କ୍ରିକେଟ୍ : ଷ୍ଟାଣ୍ଡବାଏ ତାଲିକାରେ ପନ୍ତ୍‌, ରାୟୁଡୁ ଓ ନବଦୀପ୍‌

ନୂଆଦିଲ୍ଲୀ : ଇଂଲଣ୍ଡରେ ମେ’ ୩୦ରୁ ଖେଳାଯିବାକୁ ଥିବା କ୍ରିକେଟ୍ ବିଶ୍ବକପ୍ ନିମନ୍ତେ ୧୫ଜଣିଆ ଭାରତୀୟ ଦଳ ଘୋଷଣା ସରିଛି। ଏହି ଦଳରୁ ଯୁବ ୱିକେଟରକ୍ଷକ ଋଷଭ ପନ୍ତ୍‌ ଓ ବରିଷ୍ଠ ବ୍ୟାଟସମ୍ୟାନ୍‌ ଅମ୍ବାତି ରାୟୁଡୁ ବାଦ୍‌ ପଡ଼ିଥିଲେ। ଏହି ଦୁଇ ଖେଳାଳି ବାଦ୍‌ ପଡ଼ିବା ନେଇ ନାନା ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଥିବା ବେଳେ ବୁଧବାର ମନୋନୟନକାରୀ ପନ୍ତ୍‌ ଓ ରାୟୁଡୁଙ୍କୁ ଷ୍ଟାଣ୍ଡବାଏ ତାଲିକାରେ ସ୍ଥାନ ଦେଇଛନ୍ତି ।
ପନ୍ତ୍‌ ଓ ରାୟୁଡୁଙ୍କ ବ୍ୟତୀତ ଦ୍ରୁତ ବୋଲର ନବଦୀପ ସୈନିଙ୍କୁ ମଧ୍ୟ ଷ୍ଟାଣ୍ଡବାଏ ତାଲିକାରେ ରଖାଯାଇଛି । ବିଶ୍ବକପ୍‌ ନିମନ୍ତେ ଘୋଷିତ ଖେଳାଳିଙ୍କ ମଧ୍ୟରୁ କେହି ଆଘାତପ୍ରାପ୍ତ ହୋଇ ଦଳରୁ ବାଦ୍‌ ପଡ଼ିଲେ ଷ୍ଟାଣ୍ଡବାଏ ତାଲିକାରେ ଥିବା ଖେଳାଳି ଦଳରେ ସାମିଲ ହୋଇପାରିବେ। ସୂଚନାଥାଉକି ପନ୍ତ୍‌ଙ୍କୁ ବିଶ୍ବକପ୍‌ ଦଳରୁ ବାଦ୍‌ ପଡ଼ିବା ତାଙ୍କୁ ଚକିତ କରିଥିବା ମତ ଦେଇଥିଲେ ସୁନୀଲ ଗାଭାସ୍କର। ସେହିପରି ରାୟୁଡୁଙ୍କ ବାଦ୍‌ ଦିଆଯିବାକୁ ନାପସନ୍ଦ କରିଥିଲେ ଗୌତମ ଗମ୍ଭୀର। ଷ୍ଟାଣ୍ଡବାଏ ତାଲିକା ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିସିସିଆଇର ଜନୈକ ବରିଷ୍ଠ ଅଧିକାରୀ କହିଛନ୍ତି ଏହି ତାଲିକାରେ ଋଷଭ ପନ୍ତ୍‌ ପ୍ରଥମ ଓ ରାୟୁଡୁ ଦ୍ବିତୀୟ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ବୋଲର ଭାବେ କେବଳ ନବଦୀପଙ୍କୁ ଷ୍ଟାଣ୍ଡବାଏ ଭାବେ ରଖାଯାଇଛି। ବିଶ୍ବକପ୍‌ରେ ଯଦି କୌଣସି ଖେଳାଳି ଆଘାତପ୍ରାପ୍ତ ହୋଇ ଦଳରୁ ବାଦ୍‌ ପଡ଼ନ୍ତି ତେବେ ଆବଶ୍ୟକ ଅନୁଯାୟୀ ଏହି ୩ଜଣଙ୍କ ମଧ୍ୟରୁ ଜଣଙ୍କୁ ଇଂଲଣ୍ଡ ପଠାଯିବ।
ସୂଚନାଥାଉକି ଅମ୍ବାତି ରାୟୁଡୁ ବିଶ୍ବକପ୍‌ରେ ଭାରତ ତରଫରୁ ୪ନଂରେ ବ୍ୟାଟିଂ କରିବେ ବୋଲି ଊଣା ଅଧିକେ ସମସ୍ତେ ଆଶା ରଖିଥିଲେ। ତେବେ ମନୋନୟନକାରୀ ଏହି ସ୍ଥାନ ପାଇଁ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ସୁଯୋଗ ଦେଇଥିଲେ। ବିଜୟ ଶଙ୍କର ବୋଲିଂ, ବ୍ୟାଟିଂ ଓ ଫିଲଡିଂରେ ଦକ୍ଷ ହୋଇଥିବାରୁ ତାଙ୍କୁ ୪ନଂରେ ସୁଯୋଗ ମିଳିଲା ବୋଲି ମୁଖ୍ୟ ମନୋନୟନକାରୀ ଏମଏସକେ ପ୍ରସାଦ ସୂଚନା ଦେଇଥିଲେ। ବିଶ୍ବକପ୍‌ ଦଳରୁ ବାଦ୍‌ ପଡ଼ିବା ପରେ ରାୟୁଡୁ ନିଜ ପ୍ରତିକ୍ରିୟାରେ କହିଥିଲେ ମ୍ୟାଚ୍‌ ଦେଖିବାକୁ ସେ ଏକ ଥ୍ରି-ଡି ଚଷମା କିଣିବେ। ସେହିପରି ବିଶ୍ବକପ୍‌ରେ ଦ୍ବିତୀୟ ୱିକେଟରକ୍ଷକ ଭାବେ ଋଷଭ ପନ୍ତ୍‌ଙ୍କୁ ସୁଯୋଗ ମିଳିବ ବୋଲି ଆଶା ରହିଥିବା ବେଳେ ଦିନେଶ କାର୍ତ୍ତିକଙ୍କୁ ସୁଯୋଗ ମିଳିଥିଲା। ପନ୍ତ୍‌ଙ୍କ ଠାରୁ କାର୍ତ୍ତିକ ଭଲ ୱିକେଟରକ୍ଷକ ହୋଇଥିବାରୁ ତାଙ୍କୁ ବିଶ୍ବକପ୍‌ ଦଳରେ ସୁଯୋଗ ମିଳିଲା ବୋଲି ଏମ୍‌ଏସକେ ପ୍ରସାଦ କହିଥିଲେ। ବିଶ୍ବକପ୍‌ ସମୟରେ ଭାରତୀୟ ବ୍ୟାଟସମ୍ୟାନ୍‌ଙ୍କୁ ନେଟ୍‌ସରେ ବୋଲିଂ କରିବାକୁ ଖଲିଲ ଅହମ୍ମଦ, ଅଭେଶ ଖାନ୍‌ ଓ ଦୀପକ ଚହରଙ୍କୁ ମନୋନୀତ କରାଯାଇଛି। ଏହି ୩ ବୋଲର ଭାରତୀୟ ଦଳ ସହ ଇଂଲଣ୍ଡ ଗସ୍ତ କରିବେ।
ଅନ୍ୟପକ୍ଷରେ ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କ ୟୋୟୋ ପରୀକ୍ଷା ହେବ ନାହିଁ ବୋଲି ଜଣାପଡ଼ିଛି। ବର୍ତ୍ତମାନ ଖେଳାଳିମାନେ ଆଇପିଏଲ୍‌ରେ ବ୍ୟସ୍ତ ଅଛନ୍ତି। ଆଇପିଏଲ୍‌ ମେ ୧୨ରେ ଶେଷ ହେବ। ଏହାର କିଛିଦିନ ପରେ ଖେଳାଳିମାନେ ବିଶ୍ବକପ୍‌ ଖେଳିବାକୁ ଇଂଲଣ୍ଡ ଗସ୍ତ କରିବେ। ଆଇପିଏଲ୍‌ ସରିବା ପରେ ବିଶ୍ରାମ ନେବାକୁ ଖେଳାଳିଙ୍କ ନିକଟରେ କମ୍ ସମୟ ଥିବାରୁ ସେମାନଙ୍କର ୟୋୟୋ ପରୀକ୍ଷା କରାଯିବାର ଆବଶ୍ୟକତା ନାହିଁ ବୋଲି ବିସିସିଆଇର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories