www.samajalive.in
Sunday, December 14, 2025
23.1 C
Bhubaneswar

ଗୁରୁବାରଠାରୁ ସ୍କୁଲରେ ପାଠପଢ଼ା ବନ୍ଦ

ଭୁବନେଶ୍ବର : ରାଜ୍ୟରେ ଅତ୍ୟଧିକ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଗୁରୁବାର(ଏପ୍ରିଲ ୧୮)ଠାରୁ ମେ ୪ ପର୍ଯ୍ୟନ୍ତ ବିଦ୍ୟାଳୟରେ ପାଠପଢା ବନ୍ଦ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କର ପାଠପଢା ବନ୍ଦ ରହିବ। ତେବେ ବିଦ୍ୟାଳୟ ଖୋଲା ରହିବା ସହ ନାମଲେଖା, ପୁସ୍ତକ ବିତରଣ, ସାର୍ଟିଫିକେଟ୍‌ ପ୍ରଦାନ ଭଳି ନିୟମିତ କାମ କରାଯିବ। ଏହି ଅବଧି ମଧ୍ୟରେ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ବିଦ୍ୟାଳୟ ନିୟମିତ ଆସିବା ସହିତ ଯଥାରୀତି କାର୍ଯ୍ୟ ସମ୍ପାଦନ ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ଏଥିସହ ନିର୍ବାଚନ କାର୍ଯ୍ୟରେ ନିଯୁକ୍ତ ଶିକ୍ଷକଶିକ୍ଷୟିତ୍ରୀମାନେ ସହଯୋଗ କରିବା ସହ ଶିକ୍ଷାନୁଷ୍ଠାନରେ ସମସ୍ତ ବ୍ୟବସ୍ଥା ପ୍ରଧାନଶିକ୍ଷକମାନେ ତଦାରଖ କରିବାକୁ ଉକ୍ତ ନିର୍ଦେଶନାମାରେ କୁହାଯାଇଛି।
ସୂଚନାଯୋଗ୍ୟ ଯେ ମଙ୍ଗଳବାର ରାଜ୍ୟ ସରକାର ଧାର୍ଯ୍ୟ ସମୟସୀମା ପୂର୍ବରୁ ବିଦ୍ୟାଳୟ ଛୁଟି ଘୋଷଣା କରିଥିଲେ। ୧୮ରୁ ଖରାଛୁଟି ଆରମ୍ଭ କରିବାକୁୁ ସ୍ୱତନ୍ତ୍ର ରିଲିଫ୍‌ କମିସନର୍‌ ବିଷ୍ଣୁପଦ ସେଠୀ ଘୋଷଣା କରିଥିଲେ। ଏନେଇ ଓଡ଼ିଶା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଅବଗତ କରାଯାଇଥିଲା। ପୂର୍ବରୁ ମେ’ ୬ ତାରିଖରୁ ଖରା ଛୁଟି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିଲେ।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories