ମହାରାଷ୍ଟ୍ର: ହଷ୍ଟେଲରେ ୨ନାବାଳିକା ଆଦିବାସୀ ଛାତ୍ରୀଙ୍କୁ ବଳାତ୍କାର, ଅଧିକ୍ଷକ ଓ ଉପ-ଅଧିକ୍ଷକ ଗିରଫ

ମୁମ୍ବାଇ: ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା ରାଜୁଡ଼ା ସ୍ଥିତ ଇନଫେକ୍ଟ ଜୀଶସ ଇଂଲିଶ ସ୍କୁଲ ହଷ୍ଟେଲରେ ରହୁଥିବା ଦୁଇ ଜଣ ନାବାଳିକା ଆଦିବାସୀ ଛାତ୍ରୀଙ୍କୁ ବଳାତ୍କାର ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ହଷ୍ଟେଲର ଅଧିକ୍ଷକ ଓ ଉପ-ଅଧିକ୍ଷକଙ୍କୁ ପୁଲିସ ଗିରଫ କରିଛି। ୯ ଓ ୧୧ ବର୍ଷର ଦୁଇ ନାବାଳିକା ଆଦିବାସୀ ଛାତ୍ରୀଙ୍କ ବଳାତ୍କାର ପ୍ରମାଣ ମିଳିବ ପରେ ପୁଲିସ ସେମାନଙ୍କୁ ଗିରଫ କରିଛି। ଉଭୟ ଛାତ୍ରୀଙ୍କୁ ନିଶା ଦ୍ରବ୍ୟ ଦେଇ ବଳାତ୍କାର କରାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।
ପୁଲିସ ହଷ୍ଟେଲ ଅଧିକ୍ଷକଙ୍କ କାର୍ଯ୍ୟାଳୟ ତଲାଶ ବେଳେ ବହୁ ପରିମାଣର କଣ୍ଡୋମ ଏବଂ ଉତ୍ତେଜନା ସୃଷ୍ଟିକାରୀ ଭାଏଗ୍ରା ବଟିକା ଜବତ କରିଛି। ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଧାରା ୩୭୬(ଏ), (ବି) ଏବଂ ଧାରା ୪, ପୋକସୋ ଏବଂ ଏସସି ଏସଟି ଧାରାରେ ମାମଲା ଦାୟର କରାଯାଇଛି।
Comments are closed.