ଯୁବକଙ୍କୁ ବାନ୍ଧି ମାଡ : ୮ଜଣଙ୍କ ନାମରେ ମାମଲା

0

ବଡ଼ସାହି : ଗୁଡିଆଲବନ୍ଧ ପଞ୍ଚାୟତର ଦାମୋଦରପୁର ଗ୍ରାମବାସୀ ଜଣେ ଯୁବକଙ୍କୁ ବାନ୍ଧି ମାଡ ମାରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତମାନେ ହେଲେ ସେହି ଗ୍ରାମର ଘାସିରାମ, ବନ୍ଦିରାମ ସିଂ, ସୋମନାଥ ସିଂ,ଲକ୍ଷ୍ମଣ ସିଂ, ବାପି ସିଂ, ମଙ୍ଗଲ ସିଂ, ଯାମୁଲ ଓ ଭଗବାନ ସିଂ। ମାଡ ଖାଇଥିବା ଯୁବକ ଜଣଙ୍କ ହେଉଛନ୍ତି ସେହି ଗ୍ରାମର ନିର୍ମଳ କୁମାର ସିଂ । ବକେୟା ଟଙ୍କା ଆଦାୟକୁ କେନ୍ଦ୍ର କରି ଅଭିଯୁକ୍ତମାନେ ଗ୍ରାମର ନିର୍ମଳ କୁମାର ସିଂଙ୍କୁ ବୁଧବାର ଅପରାହ୍ନରେ ବାନ୍ଧି ନିସ୍ତୁକ ମାଡ ମାରିଥିବା ଜଣାପଡିଛି। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ୪୧ଧାରା ଅନୁଯାୟୀ ନୋଟିସ ଜାରି କରିଛି।

Leave A Reply