www.samajalive.in
Saturday, December 6, 2025
16.1 C
Bhubaneswar

ସ୍ମାର୍ଟଫୋନ ପାଇଁ ଆଙ୍ଗୁଳି ବଙ୍କା

ବେଜିଂ : ଏବେ ସୋସିଆଲ ମିଡିଆର ଯୁଗ। ପିଲାଠୁ ବୟସ୍କ ସମସ୍ତଙ୍କ ହାତରେ ସ୍ମାର୍ଟଫୋନ ଦେଖିବାକୁ ମିଳୁଛି। ସତେ ଯେପରି ଏହି ସ୍ମାର୍ଟଫୋନ ପାଇଁ ସମସ୍ତେ ପାଗଳ। ଆଜିକାଲି ଲୋକଙ୍କ ଆଙ୍ଗୁଳି ଟାଇପିଙ୍ଗ୍‍ ପ୍ୟାଡ଼୍‍ ଉପରେ ଓ ଆଖି ମୋବାଇଲର ସ୍କ୍ରିନ୍‍ରେ ହିଁ ଲାଖିରହୁଛି। ତେବେ ଏହି ଅଭ୍ୟାସ କିପରି ଆଜି ଲୋକଙ୍କ ପାଇଁ କାଳ ସାଜିଛି ସେକଥା ଆପଣ ଏହି ଖବର ପଢିବା ପରେ ଜାଣିପାରିବେ।

ଚୀନର ହୁନାନ ପ୍ରଦେଶର ଚଙ୍ଗାସାଠାରେ ଜଣେ ମହିଳା ସ୍ମାର୍ଟଫୋନର ବହୁଳ ବ୍ୟବହାର କରିବା ଦ୍ୱାରା ତାଙ୍କ ହାତର ଆଙ୍ଗୁଳିଗୁଡ଼ିକ ବଙ୍କା ହୋଇଯାଇଥିବା ଜଣାପଡ଼ିଛି।

- Advertisement -

ମିଳିଥିବା ସୂଚନା ଅନୁସାରେ, ଏହି କର୍ମଜୀବୀ ମହିଳାଜଣଙ୍କ ଗୋଟିଏ ସପ୍ତାହ ଛୁଟି ନେଇଥିଲେ। ଏହି ଛୁଟି ଅବଧି ସମୟରେ ସେ ଘରେ ବସି ଫୋନରେ ନିଜ ବନ୍ଧୁମାନଙ୍କ ସହ ଚାଟିଂ କରୁଥିଲେ। ସେ ୭ଦିନ ପର୍ଯ୍ୟନ୍ତ ଫୋନ ସହ ଯୋଡ଼ି ହୋଇ ରହିଥିଲେ। ତେବେ ଫୋନର ଏପରି ଲଗାତର ବ୍ୟବହାର ଦ୍ୱାରା ତାଙ୍କ ଆଙ୍ଗୁଳିଗୁଡ଼ିକ ବଙ୍କା ହୋଇଯାଇଥିଲା। ସୂଚନା ଅନୁସାରେ, ଲଗାତର ଫୋନ ବ୍ୟବହାର କରିବା ଦ୍ୱାରା ପ୍ରଥମେ ମହିଳାଙ୍କ ହାତରେ ଯନ୍ତ୍ରଣା ଅନୁଭବ ହୋଇଥିଲା। ତା’ପରେ ହଠାତ୍‍ ତାଙ୍କ ହାତ ଫୋନ ଧରିଥିବା ସ୍ଥିତିରେ ଅଟକି ଯାଇଥିଲା। ତାଙ୍କ ହାତର ଆଙ୍ଗୁଳିଗୁଡ଼ିକ ବଙ୍କା ହୋଇଯାଇଥିଲା। ତା’ପରେ ତାଙ୍କୁ ତତ୍‍କ୍ଷଣାତ ଡାକ୍ତରଖାନା ନିଆ ଯାଇଥିଲା ଓ ଦୀର୍ଘ ଦିନର ଚିକିତ୍ସା ପରେ ଏବେ ତାଙ୍କ ଅବସ୍ଥାରେ ସୁଧାର ଆସିଥିବା ଜଣାପଡ଼ିଛି।

Hot this week

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

Related Articles

Popular Categories