www.samajalive.in
Monday, December 15, 2025
24.1 C
Bhubaneswar

ଆଙ୍ଗୁଠିରୁ ଜାଣନ୍ତୁ ବ୍ୟକ୍ତିର ବ୍ୟକ୍ତିତ୍ୱ

ସାମୁନ୍ଦ୍ରିକ ଶାସ୍ତ୍ର ଅନୁସାରେ ଆଙ୍ଗୁଠିର ଆକାର ଭିନ୍ନ ଭିନ୍ନ ହୋଇଥାଏ ଓ ଏହାଦ୍ୱାରା ବ୍ୟକ୍ତି ବିଷୟରେ ଅନେକ କଥା ହୋଇଥାଏ। ଆଙ୍ଗୁଠିର ଆକାର ସହ ତା ଉପରେ ରହିଥିବା ଅନେକ ଦାଗରୁ ବ୍ୟକ୍ତିର ପ୍ରକୃତି,ଅଭ୍ୟାସ ଓ ଇଚ୍ଛା ବିଷୟରେ ଜାଣି ହୋଇଥାଏ। ଆଙ୍ଗୁଠିରେ କଳାଜାଇ ମଧ୍ୟ ଅନେକ ତଥ୍ୟ ଦେଇଥାଏ। ଏହା ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଜରୁରୀ ଅଟେ। ଆସନ୍ତୁ ଜାଣିବା ବ୍ୟକ୍ତିର ଆଙ୍ଗୁଠିରୁ ତାର ସ୍ୱଭାବ କିପରି ?


ସମୁନ୍ଦ୍ର ଶାସ୍ତ୍ର ଅନୁସାରେ ଯେଉଁମାନଙ୍କ ଆଙ୍ଗୁଠିର ଉପର ଭାଗ ମୋଟାଳିଆ ହୋଇଥାଏ ସେମାନେ ଅଧିକ ଚାଲାକ ଓ ଜିଦି ପ୍ରକୃତିର ହୋଇଥାନ୍ତି। ଏପରି ବ୍ୟକ୍ତିଙ୍କ ନିକଟରେ ଭାବନା ଶକ୍ତି କମ ରହିଥାଏ। ଏହି ଲୋକମାନେ ନିଜ ଲାଭ ପାଇଁ ଅନ୍ୟର ସାହାଯ୍ୟ ନେଇଥାନ୍ତି ଓ ତାଙ୍କ ସହ ଉତ୍ତମ ସମ୍ପର୍କ ମଧ୍ୟ ରଖିଥାନ୍ତି। ନିଜ କାମ ହାସଲ ହୋଇଗଲା ପରେ ଏହି ବ୍ୟକ୍ତିମାନେ ଅନ୍ୟମାନଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥାନ୍ତି। ଏପରି ବ୍ୟକ୍ତିଙ୍କର ଆଙ୍ଗୁଠିର ଦୁଇ ଭାଗ ସାମାନ୍ୟ ପତଳା ହୋଇଥାଏ।

- Advertisement -


ସମୁନ୍ଦ୍ର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିମାନଙ୍କ ଆଙ୍ଗୁଠି ମଝିରେ କଳାଜାଈ ରହିଥାଏ ସେମାନେ ବାସ୍ତବବାଦୀ ହୋଇଥାନ୍ତି। ଏମାନେ ଲୋକମାନଙ୍କ ଭାବନାକୁ ଠିକ ରୂପେ ବୁଝି ପାରନ୍ତି ନାହିଁ। ଅନେକ ମାମଲାକୁ ଏପରି ବ୍ୟକ୍ତିମାନେ ବୁଦ୍ଧି ଓ କୂଟନୀତି ଦ୍ୱାରା ଜିତିବାକୁ ପ୍ରୟାସ କରିଥାନ୍ତି।


ଯେଉଁ ବ୍ୟକ୍ତିମାନଙ୍କ ଆଙ୍ଗୁଠି କଟା ଦାଗ ବା ଚିହ୍ନ ରହିଥାଏ ସେମାନେ ପରୋପକାରୀ ହୋଇଥାନ୍ତି। ଏଥି ସହିତ ଦରକାର ସମୟରେ ଅନ୍ୟର ସାହାଯ୍ୟ ଦ୍ୱାରା ନିଜ କାମ ମଧ୍ୟ ହାସଲ କରିଥାନ୍ତି। ଏପରି ବ୍ୟକ୍ତିତ୍ୱ ଜୀବନରେ ପ୍ରଥମେ ନିଜ ଫାଇଦା ଓ ପରେ ଭାବନାକୁ ବୁଝିଥାନ୍ତି। ଏପରି ଧରଣର ବ୍ୟକ୍ତି କେବେ ବି ନିଜ ମନର କଥା କାହା ଆଗରେ ଶୀଘ୍ର ପ୍ରକାଶ କରି ନଥାନ୍ତି।

Hot this week

ଶୁକ୍ର ନକ୍ଷତ୍ର ପରିବର୍ତ୍ତନ: ବର୍ଷ ଶେଷରେ ତିନି ରାଶି ହେବେ ମାଲାମାଲ

ସମାଜ ଡିଜିଟାଲ ଡେସ୍କ: ସବୁଗ୍ରହ ମାନଙ୍କ ମଧ୍ୟରେ ଶୁକ୍ର ଗ୍ରହ ହେଉଛନ୍ତି...

ଧର୍ମଶାଳା ଗଣ୍ଡଗୋଳ ; କାର୍ଯ୍ୟାନୁଷ୍ଠାନ ଦାବି କଲେ ନବୀନ

ସମାଜ ଲାଇଭ ଡ଼େସ୍କ : ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ...

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

Related Articles

Popular Categories