www.samajalive.in
Saturday, December 6, 2025
17.1 C
Bhubaneswar

ଲୋକସଭାରେ ଅର୍ଥମନ୍ତ୍ରୀଙ୍କ ବଜେଟ ଉପସ୍ଥାପନ; ବ୍ରିଫକେସ୍‌ ବଦଳରେ ଖାତା-ବହିର ବଜେଟ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ପୂର୍ଣ୍ଣାଙ୍ଗ ବଜେଟ ଶୁକ୍ରବାର ଲୋକସଭାରେ ଉପସ୍ଥାପିତ ହୋଇଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବଜେଟକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା। ଏହା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ବଜେଟ ଉପସ୍ଥାପନ କରିଥିଲେ। ଏଥର ବ୍ରିଫକେସ ବଦଳରେ ବହି-ଖାତାରେ ବଜେଟ ଉପସ୍ଥାପନ କରାଯାଇଛି। ଅର୍ଥମନ୍ତ୍ରୀ ବିନା ବ୍ରିଫକେସ୍‌ରେ ସଂସଦକୁ ପ୍ରବେଶ କରିଥିଲେ।

ବଜେଟ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ କହିଥିଲେ, ଚଳିତ ନିର୍ବାଚନ ନୂଆ ଭାରତ ଗଠନ ପାଇଁ ଦିଶା ଦେଖାଇଛି। ଦେଶର ପ୍ରତ୍ୟେକ ନାଗରିକ ପରିବର୍ତ୍ତନ ଅନୁଭବ କରୁଛନ୍ତି। ଦେଶବାସୀ ଦେଶକୁ ପ୍ରାଥମିକତା ଦେଇଛନ୍ତି। ବିତ୍ତୀୟ ଶୃଙ୍ଖଳା ବଜାୟ ପାଇଁ ପ୍ରଧାନମନ୍ତ୍ରୀ ବଡ଼ ପଦକ୍ଷେପ ନେଇଛନ୍ତି। ଖାଦ୍ୟ ସୁରକ୍ଷା ଲାଗି ଗତ ସରକାର ତୁଳନାରେ ଏଥର ଦୁଇଗୁଣା ବ୍ୟୟ କରାଯାଇଛି। ମଜଭୁତ ଦେଶ ପାଇଁ ମଜଭୁତ ନାଗରିକକୁ ପ୍ରାଥମିକତା ଦିଆଯାଇଛି। ଏବେ ସାଧାରଣ ଜନତା ଦେଶ ଗଠନରେ ବଡ଼ ଭୂମିକା ଗ୍ରହଣ କରୁଛି। ନିଯୁକ୍ତି ସୃଷ୍ଟି କରିବା ସରକାରଙ୍କ ମୂଳ ଲକ୍ଷ୍ୟ ହୋଇଛି। ଦେଶରେ ଏବେ ୬୫୭ କିଲୋମିଟର ମେଟ୍ରୋ ରେଳପଥ କାର୍ଯ୍ୟକ୍ଷମ କରାଯାଇଛି। ଇଲେକ୍ଟ୍ରି, ବ୍ୟାଟେରି ଗାଡ଼ିକୁ ପ୍ରୋତ୍ସାହନ ପାଇଁ ବିଶେଷ ବ୍ୟବସ୍ଥା ହେବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories