ଜାଣନ୍ତୁ, କେଉଁ ଉପାୟରେ ମା’ଲକ୍ଷ୍ମୀ ଘରକୁ କରିଥାଆନ୍ତି ଆଗମନ

ବହୁ ସମୟରେ ଏପରି ଦେଖାଯାଏ ଯେ, ସଠିକ ଭାବେ ଟଙ୍କାପଇସା ରୋଜଗାର ହୋଇପାରେ ନାହିଁ ଓ ଟଙ୍କା ଆସିଲେ ମଧ୍ୟ ସଞ୍ଚୟ ହୋଇପାରେ ନାହିଁ। ଏପରି ହେଉଥିଲେ ମା’ଲକ୍ଷ୍ମୀଙ୍କୁ ବିଶେଷ ଭାବେ ପୂଜାର୍ଚ୍ଚନା କରିବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ। ଜାଣନ୍ତୁ, କେଉଁ ଉପାୟରେ ମା’ଲକ୍ଷ୍ମୀ ଘରକୁ ଆଗମନ କରିଥାଆନ୍ତି ଓ ତାଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ….
ମହିଳାଙ୍କୁ ସମ୍ମାନ କରନ୍ତୁ –
ଯେଉଁ ଘରେ ମହିଳାଙ୍କୁ ସର୍ବଦା ଦିଆଯାଏ. ସେଠାରେ ମା’ଲକ୍ଷ୍ମୀ ବାସ କରିଥାଆନ୍ତି। ଦମ୍ପତ୍ତିଙ୍କ ମଧ୍ୟରେ କଳହ ଲାଗିରହୁଥିଲେ ଏହି ସମସ୍ୟାର ସମାଧାନ ପ୍ରଥମେ କରନ୍ତୁ। କାରଣ କଳହ ଲାଗି ରହିଲେ ମା’ଲକ୍ଷ୍ମୀ କୋପ କରିଥାଆନ୍ତି।
ଶୁକ୍ରବାର ଦିନ ବ୍ରତ କରନ୍ତୁ –
ଶୁକ୍ରବାର ଦିନକୁ ମା’ଲକ୍ଷ୍ମୀଙ୍କ ଦିନ ବୋଲି କୁହାଯାଏ। ମା’ଙ୍କ ପାଇଁ ଏହି ବ୍ରତ ରଖି ପୂଜାର୍ଚ୍ଚନା କରିବା ଦ୍ୱାରା ମା’ଙ୍କ ବିଶେଷ କୃପା ମିଳିଥାଏ। ଘରେ ସର୍ବଦା ଧନସମ୍ପତ୍ତି ବୃଦ୍ଧି ହୋଇଥାଏ।
ଗୃହର ବାସ୍ତୁ ଦୋଷ ଦୂର କରନ୍ତୁ –
ଘରର ବାସ୍ତୁ ସମସ୍ୟା ଥିଲେ ମା’ଲକ୍ଷ୍ମୀ ସେଠାରେ ବାସ କରି ନଥାଆନ୍ତି। ବାସ୍ତୁରେ ପ୍ରତ୍ୟେକ ଜିନିଷ ଦିଗ ନିର୍ଦ୍ଧାରିତ ହୋଇ ରହିଛି। ବାସ୍ତୁ ଅନୁଯାୟୀ ପ୍ରତ୍ୟେକ ନିୟମ ମାନି ଏହାର ପାଳନ କରିବା ଦ୍ୱାରା ଗୃହର ବାସ୍ତୁ ଦୋଷ ଦୂର ହୋଇଥାଏ ଓ ମା’ ସେହି ଗୃହରେ ସର୍ବଦା ବାସ କରିଥାଆନ୍ତି।
ଜାତକରେ ଶୁକ୍ରଗ୍ରହଙ୍କୁ ମଜଭୂତ ରଖନ୍ତୁ –
ଯେଉଁ ବ୍ୟକ୍ତିଙ୍କ ଜାତକରେ ଶୁକ୍ରଗ୍ରହ ସଠିକ ସ୍ଥିତ ଓ ଭଲ ଭାବେ ରହିଥାଆନ୍ତି, ତାଙ୍କ ଉପରେ ମା’ଙ୍କ ଆଶୀର୍ବାଦ ସର୍ବଦା ରହେ ଓ ସେହି ଗୃହରେ ମା’ବାସ କରିଥାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରଗ୍ରହକୁ ସୁଖସମୃଦ୍ଧିର ଗ୍ରହ କୁହାଯାଏ। ଶୁକ୍ରଙ୍କ ସ୍ଥିତି ଦୁର୍ବଳ ହେଲେ ଟଙ୍କାପଇସାର ସମସ୍ୟା ସୃଷ୍ଟି ହୁଏ।

Comments are closed.