www.samajalive.in
Friday, December 5, 2025
20.1 C
Bhubaneswar

ଅଧିକ ହେକୁଟି ହେଉଛି କି ? ଜାଣନ୍ତୁ ଏହାର କାରଣ

ଖାଦ୍ୟ ଖାଇବା ପରେ ପ୍ରାୟ ହେକୁଟି ଆସିଥାଏ, ଏହା ଏକ ସାଧାରଣ କଥା। ଏହା ବହୁ ଲୋକଙ୍କ ନିକଟରେ ଦେଖାଯାଏ। ପେଟ ଭଲ ଭାବେ ଭିର୍ତ୍ତି ହୋଇଗଲେ ହେକୁଟି ଆସିଥାଏ। ଖାଦ୍ୟ ଭଲ ଭାବେ ହଜମ ହେବା ଦ୍ୱାରା ହେକୁଟି ହୋଇଥାଏ ବୋଲି ମଧ୍ୟ କୁହାଯାଏ। ମାତ୍ର ଆପଣ ହୁଏତ ଜାଣି ନଥିବେ ଆବଶ୍ୟକତା ଠାରୁ ଦିନଯାକ ଅଧିକ ହେକୁଟି ହେଉଥିଲେ, ଏହାର କାରଣ କ’ଣ। ଜାଣନ୍ତୁ ଏହା ବିଷୟରେ ….
ପେଟରେ ଅଧିକ ପବନ ଥିଲେ-
ଖାଇବା ସମୟରେ ଯଦି ଆପଣଙ୍କ ପେଟରେ ଅଧିକ ପବନ ଯାଏ, ତେବେ ବାରମ୍ବାର ହେକୁଟି ହୁଏ। ଏପରି ହେବାର କାରଣ ବହୁ ଲୋକେ ଖାଦ୍ୟ ଖାଇବା ସମୟରେ ଥରକକେ ଅଧିକ ପରିମାଣରେ ଖାଦ୍ୟ ପାଟି ଭିତରକୁ ନେଇଥାଆନ୍ତି ଓ ଭଲ ଭାବେ ଚୋବାଇ ଖାଇ ନଥାଆନ୍ତି। ଏପରି କରିବା ଦ୍ୱାରା ପେଟକୁ ଅଧିକ ପବନ ଯାଏ।
ଭୁଲ ଖାଦ୍ୟପେୟ –
ଅଧିକ ପରିମାଣରେ ବାହାର ଖାଦ୍ୟ, ମୃଦୁ ପାନୀୟ ଆଦି ଖାଇବା ଦ୍ୱାରା ଏସିଡ଼ିଟି ଓ କୋଷ୍ଠାକାଠିନ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଏହି କାରଣରୁ ମଧ୍ୟ ହେକୁଟି ଅଧିକ ହୋଇଥାଏ। ତେଣୁ ନିଜ ଖାଦ୍ୟରେ ଫାଇବର ଯୁକ୍ତ ଖାଦ୍ୟ ଅଧିକ ପରିମାଣରେ ଖାଆନ୍ତୁ।
ହଠାତ୍‍ ଓଜନ ହ୍ରାସ ହେଲେ –
ବେଳେ ବେଳେ ଏପରି ଦେଖାଯାଏ ଯେ, ଆପଣଙ୍କ ଓଜନ ହଠାତ୍‍ କମି ଯାଇଛି। ଖାଦ୍ୟ ଭଲ ଭାବେ ହଜମ ନହେଲେ ହଠାତ୍‍ ଓଜନ ହ୍ରାସ ହୋଇଯାଏ। ଏପରି ହେବା ଦ୍ୱାରା ବାରମ୍ବାର ହେକୁଟି ହୋଇଥାଏ।
ଚିନ୍ତାଗ୍ରସ୍ତ ରହିବା –
ସବୁବେଳେ ଚିନ୍ତାଗ୍ରସ୍ତ ରହିବା ମଧ୍ୟ ବାରମ୍ବାର ହେକୁଟି ହେବାର ଏକ ପ୍ରଧାନ କାରଣ। ବିଶେଷଜ୍ଞଙ୍କ ମତରେ ଅଧିକାଂଶ ଲୋକଙ୍କୁ ବାରମ୍ବାର ହେକୁଟି ହେବାର କାରଣ ଚିନ୍ତାଗ୍ରସ୍ତ ରହିବା। ତେଣୁ ସର୍ବଦା ଚିନ୍ତା ଠାରୁ ଦୂରରେ ରହିବାକୁ ଚେଷ୍ଟା କରନ୍ତୁ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories