www.samajalive.in
Monday, December 15, 2025
16.1 C
Bhubaneswar

୨ ଫାଇନାନ୍ସ କମ୍ପାନୀର ୧୨ ବାଇକ୍ ଜାଳିଦେଲେ ଦୁର୍ବୁତ୍ତ, ଅଳ୍ପକେ ବର୍ତିଲେ ୫ କର୍ମଚାରୀ 

ରାୟଗଡା : ରାୟଗଡା ଜିଲା କାଶୀପୁର ବ୍ଲକର ଟିକିରିରେ ଦୁଇଟି ଫାଇନାନ୍ସ କମ୍ପାନୀର କର୍ମଚାରୀଙ୍କ ୧୨ଟି ମୋଟରସାଇକେଲ ଜାଳି ଦେଲେ ଦୁର୍ବୃତ୍ତ। ଟିକିରିସ୍ଥିତ ପତି କମ୍ପ୍ଲେକ୍ସ ନିକଟରେ ଥିବା ଫ୍ୟୁଜନ ଫାଇନାନ୍ସ ଓ ସ୍ପନ୍ଦନା ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ବାଇକ ପୋଡି ଦେଇଛନ୍ତି ଦୁର୍ବୁତ୍ତ । ଗତକାଲି ମଧ୍ୟରାତ୍ରି ସାଢେ ୨ଟା ବେଳେ କାର୍ଯ୍ୟାଳୟ ପରିସରରେ ରଖାଯାଇଥିବା ୧୨ଟି ବାଇକକୁ କେହି ଦୁର୍ବୁତ୍ତ ନିଆଁ ଲଗାଇ ଦେବା ସହ କର୍ମଚାରୀମାନେ ରହୁଥିବା ତଳ ମହଲା ଘରର ମୁଖ୍ୟ କବାଟ ବାହାର ପଟୁ ବନ୍ଦ କରି ଦେଇଥିଲେ । ବୁଧବାର ରାତି ସାଢେ ୨ଟା ବେଳେ ଉପର ମହଲାରେ ରହୁଥିବା ଫ୍ୟୁଜନ ଫାଇନାନ୍ସ କମ୍ପାନୀର କର୍ମଚାରୀ ମନୁ ନାୟକ ନିଦରୁ ଉଠି ଦେଖିଲା ବେଳକୁ ଘର ବାହାରେ ନିଆଁ ଲାଗିଛି । ଏ ନେଇ ଅନ୍ୟ କର୍ମଚାରୀମାନଙ୍କୁ ଜଣାଇଥିଲେ । ତାପରେ ସମସ୍ତେ କବାଟ ଖୋଲି ପଦାକୁ ଆସିବାକୁ ଚେଷ୍ଟା କରିଥିଲେ । ହେଲେ କବାଟ ବାହାର ପଟୁ ବନ୍ଦ ଥିବାରୁ ବାହାରକୁ ବାହାରି ପାରିନଥିଲେ । ମୁହଁରେ ଗାମୁଛା ବାନ୍ଧି ବହୁକଷ୍ଟରେ ସେମାନେ ଛାତ ଉପରକୁ ଉଠିଥିଲେ । ଦେଖିଲା ବେଳକୁ ତଳେ ହୁତୁ ହୁତୁ ହୋଇ ବାଇକ ସବୁ ଜଳୁଛି । ଏହି ସମୟରେ ତଳ ଘରେ ଶୋଇଥିବା ସ୍ପନ୍ଦନ ଫାଇନାନ୍ସ କମ୍ପାନୀର ୫ କର୍ମଚାରୀ ନିଆଁ ଓ ଧୂଆଁ ଧାସରେ ଅଣନିଶ୍ୱସୀ ହୋଇ ଚିତ୍କାର କରୁଥିଲେ । ସଙ୍ଗେ ସଙ୍ଗେ ତଳକୁ ଆସି ସ୍ପନ୍ଦନ କମ୍ପାନୀର ୫ କର୍ମଚାରୀଙ୍କୁ କବାଟ ଖୋଲି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଫଳରେ ଏକ ବଡ଼ ଅଘଟଣରୁ ବର୍ତ୍ତି ଯାଇଛନ୍ତି ୫ ଜଣ କର୍ମଚାରୀ । ଏ ସଂପର୍କରେ ଖବର ପାଇ ଉତ୍କଳ ଆଲୁମିନା ଓ କାଶିପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ନିଆଁକୁ ଆୟତ୍ତ କରିଥିଲା । ଘଟଣା ସମ୍ପର୍କରେ ସ୍ପନ୍ଦନ ଫାଇନାନ୍ସ ବ୍ରାଞ୍ଚ ମ୍ୟାନେଜର ବିକ୍ରମ ପୁରୋହିତ ଟିକିରି ଥାନାରେ ଅଭିଯୋଗ କରିଛନ୍ତି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନିକଟରେ ଥିବା ସିସିଟିଭି ଫୁଟେଜକୁ ନେଇ ପୂଲିସ ଅନୁସନ୍ଧାନ ଚଳାଇଛି ।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories