www.samajalive.in
Saturday, December 6, 2025
14.1 C
Bhubaneswar

ଲୋକସଭାରେ ଗୃହୀତ ହେଲା ଅର୍ଥ ବିଲ୍‍ ୨୦୧୯

ନୂଆଦିଲ୍ଲୀ: ଲୋକସଭାରେ ଅର୍ଥ ବିଲ୍‍ ୨୦୧୯ ଉପରେ ଆଲୋଚନା ପରେ ତାହା ଗୃହୀତ ହୋଇଛି। ଅର୍ଥ ବିଲ୍ ବ୍ୟତୀତ ଲୋକସଭାରେ ଜିଏସଟି ଏବଂ ପର୍ୟ୍ୟଟନ କ୍ଷେତ୍ରରେ ନିଯୁକ୍ତି ସମ୍ପର୍କିତ ବିଷୟ ଉପରେ ଆଲୋଚନା ହୋଇଥିଲା । ଆଲୋଚନା ଆରମ୍ଭ କରି ଅର୍ଥମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ ଯେ ଅର୍ଥ ବିଲରେ ମଧ୍ୟବିତ୍‍ ଶ୍ରେଣୀ ଓ କରଦାତାମାନଙ୍କ ଉପକାର ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ସ୍ୱଳ୍ପ ଓ ମଧ୍ୟମ ଆୟ ଗୋଷ୍ଠୀର ବ୍ୟକ୍ତିମାନଙ୍କୁ ଘର କିଣିବା ପାଇଁ ଏହି ଅର୍ଥ ବିଲ ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଦେଶ ସ୍ୱାଧୀନତାର ୭୫ ବର୍ଷ ପାଳନ ପୂର୍ବରୁ ଦେଶର ପ୍ରତ୍ୟେକ ନାଗରିକଙ୍କ ପାଖରେ ଖଣ୍ଡିଏ ଘର ରହୁ ବୋଲି ସରକାର ଚାହିଁଛନ୍ତି ଏବଂ ଏଥିପାଇଁ ସରକାର ସୁଧ ଛାଡ଼ ମଧ୍ୟ କରିବେ। ଆଲୋଚନାରେ ଅଂଶଗ୍ରହଣ କରି କଂଗ୍ରେସର କେ.ସି. ବେଣୁଗୋପାଳ କହିଛନ୍ତି, ଏନ୍‍.ଡି.ଏ. ଶାସନ କାଳରେ ବେକାରି ଓ ଦାରିଦ୍ର୍ୟ ବୃଦ୍ଧି ପାଇଛି ଏବଂ କୃଷକମାନଙ୍କର ଦୁଃଖ ଦୁର୍ଦ୍ଦଶା ବହୁମାତ୍ରାରେ ବୃଦ୍ଧି ପାଇଛି। ସେ କହିଛନ୍ତି, କୃଷକମାନଙ୍କୁ ବାର୍ଷିକ ୬ ହଜାର ଟଙ୍କା ଆୟ ସମର୍ଥନ ଯୋଗାଇବା ଘୋଷଣା କେବଳ ଏକ ମିଥ୍ୟ ପ୍ରତିଶୃତି ଆଉ କିଛି ନୁହେଁ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories