www.samajalive.in
Saturday, December 6, 2025
15.1 C
Bhubaneswar

ଏଥର ୟୁପିରେ ୭୪ ଆସନ ଜିତିବୁ : ଅମିତ ଶାହ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନକୁ ନେଇ ଦେଶରେ ରାଜନୈତିକ ପାଣିପାଗ ସରଗରମ ହେବାରେ ଲାଗିଛି। ମଙ୍ଗଳବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଅହମଦାବାଦରେ ମେରା ପରିବାର ବିଜେପି ପରିବାର ପ୍ରଚାରର ଶୁଭାରମ୍ଭ କରିଛନ୍ତି। ଏହି ସଭାରେ ଅମିତ ଶାହ ପ୍ରିୟଙ୍କା ଗାନ୍ଧୀଙ୍କ ରୋଡ ସୋକୁ ସମାଲୋଚନା କରିଛନ୍ତି। ଅମିତ ଶାହ କହିଛନ୍ତି ଉତ୍ତରପ୍ରଦେଶ ଜନସାଧାରଣଙ୍କୁ ମୁଁ ଜାଣିଛି। ପୂର୍ବ ଲୋକସଭା ନିର୍ବାଚନରେ ୭୨ ସିଟ୍‍ ଜିତିଥିଲୁ। ଚଳିତ ନିର୍ବାଚନରେ ଏହା ୭୪ ଅଙ୍କ ଛୁଇଁବ କିନ୍ତୁ ୭୦ ହେବନି ବୋଲି ଶାହା କହିଛନ୍ତି। ଉତ୍ତରପ୍ରଦେଶରେ ନବଗଠିତ ମହାମେଣ୍ଟକୁ ନ ଡରିବାକୁ କହିଛନ୍ତି। ପ୍ରଥମେ ମହାମେଣ୍ଟର ନେତା କିଏ ବୋଲି ସେ ପ୍ରଶ୍ନ କରିଛନ୍ତି।
ଅମିତ ଶାହ ଆହୁରି କହିଛନ୍ତି, ମାର୍ଚ୍ଚ ୩ ତାରିଖ ସୁଦ୍ଧା ୪ଟି ନୂଆ ପ୍ରଚାର ଅଭିଯାନ ଆରମ୍ଭ କରିବ। ମେରା ପରିବାର ବିଜେପି ପରିବାର ଠାରୁ ଏହି ପ୍ରଚାର ଆରମ୍ଭ ହୋଇଛି। ଦ୍ୱିତୀୟରେ ସମ୍ପର୍କ ଅଭିଯାନ, ତୃତୀୟରେ କମଲ ଜ୍ୟୋତି ଓ ଶେଷରେ ମୋଟର ସାଇକେଲ ରାଲି ମାଧ୍ୟମରେ ସମସ୍ତ ନିର୍ବାଚନ ମଣ୍ଡଳିରେ ପ୍ରଚାର କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories