www.samajalive.in
Friday, December 5, 2025
26.1 C
Bhubaneswar

ପ୍ରିୟଙ୍କାଙ୍କ ରୋଡ୍‌ ଶୋ’ ବେଳେ ମୋବାଇଲ ଓ ପର୍ସ ଚୋରି ଅଭିଯୋଗ

ଲକ୍ଷ୍ମୌ..- ଏବେ ଉତ୍ତର ପ୍ରଦେଶରେ ରାଜନୈତିକ ବାତାବରଣରେ ବେଶ୍‌ ଉଷ୍ମତା ଦେଖା ଦେଇଛି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିଜ ଭଉଣୀ ପ୍ରିୟଙ୍କା ଗାନ୍ଧୀ ଭାଦ୍ରାଙ୍କୁ  ଉତ୍ତର ପ୍ରଦେଶର ସାଧାରଣ ସମ୍ପାଦିକା ଭାବେ ନିଯୁକ୍ତି ଦେଇଛନ୍ତି । ଆସନ୍ତା ସାଧାରଣ ନିର୍ବାଚନରେ ଭଲ ପ୍ରଦର୍ଶନ ପାଇଁ ପ୍ରିୟଙ୍କା ରାଜ୍ୟର ବରିଷ୍ଠ ନେତା ଓ ସଦସ୍ୟଙ୍କ ସହ ଆଲୋଚନା କରିବା ସହ ରୋଡ୍‌ ଶୋ’ ଆରମ୍ଭ କରିଛନ୍ତି ।

ଏହାସହ ସାମାଜିକ ଗଣମାଧ୍ୟମ ସହାୟତାରେ ସେ ଲୋକଙ୍କ ସହ ଯୋଡି ହେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଟ୍ୱିଟରରେ ନିଜର ଆକାଉଣ୍ଟ ଖୋଲିବା ପରେ ତାଙ୍କୁ ୪୦ ହଜାରରୁ ଅଧିକ ଲୋକ ଫଲୋ କରିବା ଆରମ୍ଭ କରିଛନ୍ତି । ପ୍ରିୟଙ୍କାଙ୍କ ରୋଡ୍‌ ସୋରେ ବି ବହୁ ଲୋକଙ୍କ ଭିଡ ଜମୁଛି । ଏହାର ଫାଇଦା କିଛି ଅସାଧୁ ଲୋକ ନେବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି । ପ୍ରିୟଙ୍କାଙ୍କୁ ଦେଖିବାକୁ ଆସୁଥିବା ଲୋକଙ୍କର ମୋବାଇଲ୍‌ ଫୋନ୍‌ ଓ ପର୍ସ ଚୋରି ହୋଇଯାଇଥିବା ଅଭିଯୋଗ ହୋଇଛି ।

- Advertisement -

ସୋମବାରରେ ହୋଇଥିବା ରାଲିରେ କଂଗ୍ରେସ ସମର୍ଥକଙ୍କର ପ୍ରାୟ ୫୦ଟି ମୋବାଇଲ୍‌ ଫୋନ୍‌ ଓ ୪୦ ହଜାର ଟଙ୍କା ଚୋରି ହୋଇଥିବା ଲକ୍ଷ୍ମୌର ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ପୁଲିସ ମାମଲା ଗ୍ରହଣ କରିଥିଲେ ମଧ୍ୟ ଏହାକୁ ଠିକ୍‌ ଭାବେ ତଦନ୍ତ କରୁ ନଥିବା ଅଭିଯୋଗ ହୋଇଛି ।

Hot this week

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

Related Articles

Popular Categories