www.samajalive.in
Friday, December 5, 2025
23.1 C
Bhubaneswar

ନାଗରିକ ସଂଶୋଧନ ବିଲ୍‍ ଉପରେ ସ୍ପଷ୍ଟୀକରଣ ଦେଲେ ସ୍ୱରାଷ୍ଟ୍ରମନ୍ତ୍ରୀ

ନୂଆଦିଲ୍ଲୀ: ନାଗରିକ ସଂଶୋଧନ ବିଲ୍‍ ୨୦୧୯ର ବିଭିନ୍ନ ଧାରା ସଂକ୍ରାନ୍ତରେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ରାଜନେତା ଓ କେତେକ ମୁଖ୍ୟମନ୍ତ୍ରୀଙ୍କୁ ସ୍ପଷ୍ଟିକରଣ ଦିଆଯାଇଥିବା ସ୍ୱରାଷ୍ଟ୍ରମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଲୋକସଭାରେ ଏକ ଲିଖିତ ଉତ୍ତରରେ ଶ୍ରୀ ସିଂହ କହିଛନ୍ତି, ସଂସଦର ଶୀତକାଳୀନ ଅଧିବେଶନରେ ଏହି ବିଲ୍‍ ଲୋକସଭାରେ ମଞ୍ଜୁରୀ ଲାଭ କରିଛି। ସେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡିକର ସାଂସ୍କୃତିକ, ସାମାଜିକ ଓ ଭାଷା ପରିଚୟ ତଥା ପରମ୍ପରାକୁ ବଜାୟ ରଖିବା ପାଇଁ ସେହି ରାଜ୍ୟଗୁଡ଼ିକର ପ୍ରତିନିଧିମାନଙ୍କର ଭୂମିକାକୁ ପ୍ରଶଂସା କରି କହିଛନ୍ତି ଯେ ଆସାମ, ମେଘାଳୟ, ମିଜୋରାମ ଓ ତ୍ରିପୁରାର ଜନଜାତି ସଂପ୍ରଦାୟ ଲୋକମାନଙ୍କ ବହୁଦିନର ଆଶା ଆକାଂକ୍ଷା ପୂରଣ ପାଇଁ ଆର୍ଥିକ ସମ୍ବଳ ଓ ପ୍ରଶାସନିକ ସ୍ୱୟଂ କ୍ଷମତା ଦେବାଲାଗି କେତେକ ଜିଲ୍ଲାରେ ୧୯୮୫ ମସିହାରୁ କାର୍ଯ୍ୟକାରି ହୋଇଥିବା ପଦକ୍ଷେପଗୁଡ଼ିକର ସଫଳତାକୁ ସମୀକ୍ଷା କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇଛି।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories