www.samajalive.in
Wednesday, December 10, 2025
15.1 C
Bhubaneswar

‘ପୃଥ୍ବୀରାଜ’ ଚଳଚ୍ଚିତ୍ର ମୁକ୍ତିଲାଭ କରାଇଦେବୁନି: କର୍ଣ୍ଣି ସେନା

ଜୟପୁର : ଜୁନ୍‌ ୩ରେ ମୁକ୍ତିଲାଭ କରିବାକୁଥିବା ଅକ୍ଷୟ କୁମାରଙ୍କ ଅଭିନୀତ ଐତିହାସିକ ପୃଷ୍ଟଭୂମି ଆଧାରିତ ଚଳଚ୍ଚିତ୍ର ‘ପୃଥ୍ବୀରାଜ’ର ମୁକ୍ତିଲାଭକୁ ବିରୋଧ କରିଛି ରାଜସ୍ଥାନର ପ୍ରଭାବଶାଳୀ ସଂଗଠନ କର୍ଣ୍ଣି ସେନା। ପୃଥ୍ବୀରାଜଙ୍କୁ ରାଜପୁତ ବୋଲି ସେନା ଦର୍ଶାଇବା ସହ ପୃଥ୍ବୀରାଜଙ୍କ ଚରିତ୍ରକୁ ଚଳଚ୍ଚିତ୍ରରେ ଠିକ ଭାବେ ଉପସ୍ଥାପନ କରାଯାଇ ନ ଥିବା ଅଭିଯୋଗ କରିଛି। ଏଥିସହ ଚଳଚ୍ଚିତ୍ରର ଶୀର୍ଷକ ‘ସମ୍ରାଟ ପୃଥ୍ବୀରାଜ ଚୌହାଣ’ ରଖିବାକୁ ଦାବି କରିଛି । ଦ୍ବାଦଶ ଶତାବ୍ଦୀର ମହାନ ବୀର ପୃଥ୍ବୀରାଜ ଚୌହାଣଙ୍କୁ ଚଳଚ୍ଚିତ୍ରୟରେ ରଜପୁତ ସମ୍ପ୍ରଦାୟର ବୋଲି ଦର୍ଶାଯାଇଛି। ଏହାକୁ ଗୁଜ୍ଜରମାନେ ବିରୋଧ କରୁଛନ୍ତି। ପୃଥ୍ବୀରାଜଙ୍କୁ ଉଭୟ ରାଜପୁତ ଓ ଗୁଜ୍ଜରମାନେ ନିଜ ସମ୍ପ୍ରଦାୟର ବୋଲି ଦାବି କରୁଛନ୍ତି। ଏହାକୁ ନେଇ ବିବାଦ ମୁଣ୍ଡ ଟେକିଛି। କର୍ଣ୍ଣି ସେନା ଏହି ଚଳଚ୍ଚିତ୍ରରେ ଭୁଲ୍‌ ତଥ୍ୟ ପ୍ରଦାନ କରାଯାଇଥିବା ଆରମ୍ଭରୁ ଅଭିଯୋଗ କରିଆସୁଛି। ଏ ନେଇ ଏକାଧିକ ମାମଲା ରୁଜୁ କରାଯାଇଥିବାବେଳେ ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ ଏହାକୁ ଖାରଜ କରିଦେଇଛନ୍ତି।
ଅଖିଳ ଭାରତୀୟ ବୀର ଗୁଜ୍ଜର ମହାସଭା ପକ୍ଷରୁ ପୃଥ୍ବୀରାଜଙ୍କୁ ନିଜ ସମ୍ପ୍ରଦାୟର ବୋଲି ଦାବି କରାଯିବା ସହ ଏହା ସପକ୍ଷରେ ପ୍ରମାଣ ଉପସ୍ଥାପନ କରାଯାଇଛି। ପୃଥ୍ବୀରାଜଙ୍କ ଦରବାରରେ ୧୧୯୧ରୁ ୨୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା କାଶ୍ମୀରୀ କବି ଜନୟକଙ୍କ ଦ୍ବାରା ରଚିତ ‘ପୃଥ୍ବୀରାଜାବିଜୟମହାକାବ୍ୟ’ ପୁସ୍ତକର ଅବତାରଣା କରିଛନ୍ତି। ପୃଥ୍ବୀରାଜଙ୍କ ବାପା ସୋମେଶ୍ବର ଗୁଜ୍ଜର ଥିବା ଚନ୍ଦନ ଭଣ୍ଡାରୀଙ୍କ ରଚିତ ପୁସ୍ତକ ‘ପୃଥ୍ବୀରାଜ ରାସ’ରୁ ସେମାନେ ଉଦ୍ଧାର କରିଛନ୍ତି। ବିଭିନ୍ନ ପାଠ୍ୟପୁସ୍ତକରେ ମଧ୍ୟ ସେ ଗୁଜ୍ଜର ବୋଲି ଲେଖାଯାଇଛି ବୋଲି ମହାସଭାର ସଭାପତି ଅନୁରାଗ ଗୁଜ୍ଜର ଦାବି କରିଛନ୍ତି। ଏ ନେଇ ସେମାନେ ଚଳଚ୍ଚିତ୍ର ନିର୍ମାତା ଚନ୍ଦ୍ରପ୍ରକାଶ ଦ୍ବିବେଦୀଙ୍କୁ ନୋଟିସ ପଠାଇଥିଲେ ମଧ୍ୟ କୌଣସି ଜବାବ ମିଳି ନ ଥିବା ଅନୁରାଗ କହିଛନ୍ତି। ଏଥିପ୍ରତି ଦିଲ୍ଲୀ, ହରିୟାଣା ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି। ଗତ ବର୍ଷ ରାଜା ମିହିର ଭୋଜ୍‌ଙ୍କୁ ନିଜ ସମ୍ପ୍ରଦାୟର ବୋଲି ଦର୍ଶାଇ ଗୁଜ୍ଜର ଓ ରାଜପୁତ ନିଜ ମଧ୍ୟରେ ବିବାଦ ସୃଷ୍ଟି କରିଥିଲେ। ୨୦୦୮ରେ ମୁକ୍ତିଲାଭ କରିଥିବା ‘ଯୋଦ୍ଧା ଆକବର’ ଚଳଚ୍ଚିତ୍ରକୁ ନେଇ କର୍ଣ୍ଣି ସେନା ବିଜେପି ନେତୃତ୍ବରେ ତୁମୁଳ ଗଣ୍ଡଗୋଳ ସୃଷ୍ଟି କରିଥିଲା। ସେହିଭଳି ୨୦୧୭ରେ ‘ପଦ୍ମାବତ୍’ ଚଳଚ୍ଚିତ୍ରକୁ ବିରୋଧ କରି ଏହାର ନିର୍ଦେଶକ ସଞ୍ଜୟ ଲୀଳା ଭଂସାଲିଙ୍କୁ ସୁଟିଂ ସେଟ୍‌ରେ ଆକ୍ରମଣ ହୋଇଥିଲା। ଚଳଚ୍ଚିତ୍ର ବିରୋଧରେ ସେମାନେ ଦେଶବ୍ୟାପୀ ବିକ୍ଷୋଭକୁ ପ୍ରୋତ୍ସାହିତ କରିଥିଲେ। ୨୦୧୯ରେ ‘ମଣିକର୍ଣ୍ଣିକା’ ଚଳଚ୍ଚିତ୍ର ବିରୋଧରେ ସେନା ବିକ୍ଷୋଭ କରିଥିଲା। ସାମ୍ପ୍ରତିକ ବିରୋଧ ଆଗାମୀ ବିଧାନସଭା ନିର୍ବାଚନକୁ ପ୍ରଭାବିତ କରିବା ଆଶା କରାଯାଉଛି; କାରଣ କଂଗ୍ରେସର ଅସନ୍ତୁଷ୍ଟ ନେତା ସଚିନ ପାଇଲଟ ଗୁଜ୍ଜର ସମ୍ପ୍ରଦାୟର ନେତା ହୋଇଥିବାବେଳେ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ହେଉଛନ୍ତି ରାଜପୁତ। ସେ ବିଜେପିର ପରବତର୍ତ୍ତୀ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories