ଫାଇନାଲରେ ପିଟାନା ରେଫେରି

0

ମସ୍କୋ :  ଫ୍ରାନ୍‍ସ ଓ କ୍ରୋଏସିଆ ମଧ୍ୟରେ ରବିବାର ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚକୁ ପରିଚାଳନା କରିବେ ଆର୍ଜେଣ୍ଟିନା ରେଫେରି ନେଷ୍ଟର ପିଟାନା। ଲାଇନ୍ସମ୍ୟାନ ଭାବେ ତାଙ୍କୁ ଏହି ମ୍ୟାଚରେ ସହାୟତା କରିବେ ସ୍ୱଦେଶର ହର୍ନାନ୍‍ ମୈଦାନା ଓ ଜୁଆନ ବେଲାଟି। ୪୩ ବର୍ଷୀୟ ପିଟାନା ପେସାରେ ଜଣେ ପିଇଟି। ଚଳିତ ଟୁର୍ଣ୍ଣାମେଣ୍ଟରେ ସେ ୪ଟି ମ୍ୟାଚ ପରିଚାଳନା କରିସାରିଛନ୍ତି। ବିଶ୍ୱକପ ଫାଇନାଲ ମ୍ୟାଚ ପରିଚାଳନା କରିବାରେ ପିଟାନା ହେଉଛନ୍ତି ଦ୍ୱିତୀୟ ଆର୍ଜେଣ୍ଟିନା ରେଫେରି। ଫୁଟବଲ ଦୁନିଆରେ ରେଫେରି ଭାବେ ପିଟାନାଙ୍କର ଯଥେଷ୍ଟ ସୁନାମ ରହିଛି।

Leave A Reply