www.samajalive.in
Saturday, December 6, 2025
15.1 C
Bhubaneswar

ହାଟ ବେପାରୀଙ୍କ ଦ୍ଵାରା ବାଲିଗୁଡା, ମୁନିଗୁଡା ମୁଖ୍ୟ ରାସ୍ତା ଅବରୋଧ

ଫୁଲବାଣୀ : କନ୍ଧମାଳ ଜିଲ୍ଲା କୋଟଗଡ ହାଟପଦା ଠାରେ ହାଟ ବେପାରୀଙ୍କ ଦ୍ଵାରା ରାସ୍ତା ଅବରୋଧ କରାଯାଇଛି। ଫଳରେ ଗାଡି ମଟର ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା । ଖବର ପାଇ କୋଟଗଡ ଥାନାର ସେକେଣ୍ଡ ଅଫିସର ଶ୍ରୀ ଓମ ନାରାୟଣ ପାତ୍ର ଓ ପୁଲିସ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଅବରୋଧକାରୀଙ୍କ ସହ ଆଲଚନା କରିବା ପରେ ମଧ୍ୟ ଅବରୋଧ କାରୀମାନେ
ମ।ନି ନଥିଲେ ।
ପରେ ସାଂସଦ ପ୍ରତିନିଧି ଶ୍ରୀ ମନୋଜ ସାବତ ଘଟଣା ସ୍ଥଳରେ ପହଂଚିଵା ପରେ ଉଭୟଙ୍କ ମଧ୍ୟରେ ଆଲୋଚନା ପରେ ରାସ୍ତା ରୋକ ପ୍ରତିହାର ହୋଇଥିଲା । ହାଟ ବେପାରୀ ମାନେ ସେମାନଙ୍କ ଦାବି ପୂରଣ ନ ହେଲେ ପୁନର୍ବାର ରାସ୍ତା ଅବରୋଧ କରିବେ ବୋଲି ଚେତାବନୀ ଦେଇଛନ୍ତି। ସୂଚନା ଯେ କୋଟଗଡ଼ ହ।ଟ ପଦାରେ ହାଟ ଆଗରୁ ହେଉଛି , ଏବେ ବି ସେ ଜାଗାରେ ହେବା ଦରକାର ବୋଲି ଦ।ବି ହୋଇଛି । ସେପଟେ ସରପଞ୍ଚ, ତସିଲଦାର, ବିଡିଓ ଆଦି ମଦାଙ୍ଗି ଜାଗାରେ ହାଟ ହେଲେ ଭଲ ବୋଲି ଜାଗା ଚିନ୍ନଟ କରିଛନ୍ତି ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories