ଭୁବନେଶ୍ୱର : ଦୀର୍ଘ ୧୧୦ ମିନିଟ୍ ବନ୍ଦ ରହିବା ପରେ ପୁନଃ କାର୍ଯ୍ୟକ୍ଷମ ହେଲା ହ୍ବାଟସଆପ୍ । ସାରା ଦେଶରେ ୧ ଘଣ୍ଟାରୁ ଅଧିକ ସମୟ ହେବ ହ୍ବାଟସଆପ୍ ଡାଉନ୍ ରହିଥିଲା। ଦିନ ୧୨ଟା ୩୦ ରୁ ୨ଟା ୨୦ ଯାଏଁ ଡାଉନ୍ ରହିଥିଲା। ଫଳରେ ଟେକ୍ଟଟ୍, ଭଏସ ଓ ଭିଡିଓ ମେସେଜ ବନ୍ଦ ଥିଲା। ବର୍ତ୍ତମାନ ୨ ଘଣ୍ଟାପରେ ସୋସିଆଲ ମିଡିଆରେ ହ୍ବାଟସଆପ୍ ସେବା ସ୍ୱାଭାବିକ ହୋଇଛି।
ସାରା ଦେଶରେ ହ୍ବାଟସଆପ୍ ସେବା ବାଧାପ୍ରାପ୍ତ ହୋଇଥିଲା। ପ୍ରାୟ ୧ ଘଣ୍ଟା ହେବ ହ୍ବାଟସଆପ୍ ଡାଉନ ରହିଥିଲା। ଫଳରେ ଟେକ୍ଟଟ୍, ଭଏସ ଓ ଭିଡିଓ ମେସେଜ ନେଣଦେଣରେ ବାଧା ଉପୁଜିଥିଲା। ହ୍ବାଟସଆପ୍ ଡାଉନ୍ ଥିବା କାରଣରୁ କିଛି ବ୍ୟବହାରକାରୀ ମାନେ ବଡ଼ ଧରଣର ପ୍ରଭାବିତ ହୋଇଛନ୍ତି । କିଛି ବ୍ୟବସାୟିକ ଡକୋମେଣ୍ଟ ହେଉ କି ଅନ୍ୟ କିଛି ଗୁରୁତ୍ୱ ପୂର୍ଣ୍ଣ ମେସେଜ ଆଦାନପ୍ରଦାନରେ ଅସୁବିଧା ହୋଇଥିଲା।



